ରୋହିତ ନୁହେଁ ବରଂ ଏହି ଦୁଇ ଖେଳାଳି ପାଲଟି ଯାଇ ପାରନ୍ତି ବିରାଟଙ୍କ‌ ନୂଆ ଶତ୍ରୁ! ନାମ ଜାଣି ହେବେ ତାଜୁବ୍

 
Virat enemy

ଚଳିତବର୍ଷ ଟି-୨୦ ବିଶ୍ୱକପରେ  ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରାଟ କୋହଲି ଏବଂ ବିସିସିଆଇ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ କୋହଲି ନିଜେ ଟି-୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ବେଳେ ଦିନିକିଆ ଦଳର ଅଧିନାୟକ ପଦରୁ ବିସିସିଆଇ ତାଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ପ୍ରଦାନ କରିଥିଲେ ଯାହା କି ବେସ୍ ବିବାଦୀୟ ଥିଲା। ଏହାରି ଭିତରେ ରୋହିତ ଏବଂ ବିରାଟଙ୍କ ମଧ୍ୟରେ ମତଭେଦ ରହିଥିବା କୁହାଯାଉଥିଲେ ହେଁ ସେପରି କିଛି ହୋଇନଥିବା ବିରାଟ ନିଜେ କହିଛନ୍ତି। ତେବେ, ବିରାଟଙ୍କ ଅଧିନାୟକତ୍ୱ ବାଦ୍ ପଡିଥିବା କିଛି ଖେଳାଳି ଭବିଷ୍ୟତରେ ତାଙ୍କର ଶତ୍ରୁ ପାଲଟି ଯାଇ ପାରନ୍ତି:-

Ravi ashwin

୧. ରବିଚନ୍ଦ୍ରନ ଅଶ୍ୱିନ୍:- ଭାରତୀୟ ଦଳର ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଭଲ ପ୍ରଦର୍ଶନ କରୁଥିଲେ ହେଁ ତାଙ୍କୁ ଦିନିକିଆ ଏବଂ ଟି-୨୦ ଦଳରେ ସ୍ଥାନ ଦେଉନଥିଲେ ବିରାଟ। ଟି-୨୦ ବିଶ୍ୱକପ ପରେ ଅଶ୍ୱିନ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚତ୍ମକାର ବୋଲିଂ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିଲେ। ଏବେ ରୋହିତ ଅଧିନାୟକ ହେବାପରେ ଅଶ୍ୱିନଙ୍କୁ ଅଧିକ ମଉକା ମିଳିବ ବୋଲି ଆଶା କରାଯାଉଛି।

Kuldeep yadav

୨. କୂଳଦୀପ ଯାଦବ:- ଦିନେ ନିଜର ସ୍ପିନ ଯାଦୁକାରୀ ଦ୍ୱାରା ଭାରତକୁ ମ୍ୟାଚ ଜିତାଇ ଦେଉଥିବା ଚାଇନାମ୍ୟାନ୍ ସ୍ପିନର କୂଳଦୀପ ଯାଦବ ଏବେ ଅଲୋଡ଼ା ହୋଇ ପଡିଛନ୍ତି। ତାଙ୍କୁ ଟି-୨୦ ବିଶ୍ୱକପରେ ସ୍ଥାନ ମିଳିନଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ସ୍ଥାନ ମିଳିନଥିଲା। ବିରାଟଙ୍କ ଅଧିନାୟକତ୍ୱରେ ଅଧିକାଂଶ ସମୟ ବାହାରେ ରହିଥିବା କୂଳଦୀପ ତାଙ୍କର ଶତ୍ରୁ ପାଲଟି ଯାଇ ପାରନ୍ତି।