କେକେଆର୍ ଠାରୁ ହାରିବା ପରେ ଭୋଭୋ ହୋଇ କାନ୍ଦିବାକୁ ଲାଗିଲେ ବିରାଟ କୋହଲି ଓ ଏବି ଡିଭିଲିଅର୍ସ, ଦେଖନ୍ତୁ ଦୁଃଖଭରା ଭିଡ଼ିଓ

 
Kohli ab

ଚଳିତବର୍ଷ ଆଇପିଏଲ ପ୍ରଥମ ଏଲିମିନେଟର୍ ମ୍ୟାଚ ଗତକାଲି ଆରସିବି ଏବଂ କେକେଆର୍ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ କେକେଆର୍ ଆରସିବିକୁ ୪ ୱିକେଟରେ ପରାସ୍ତ କରିଥିଲା। ଏହି ପରାଜୟ ସହିତ ଚଳିତବର୍ଷ ଆଇପିଏଲରେ ଆରସିବିର ଅଭିଯାନ ଶେଷ ହୋଇଛି। ତାରକା ଖଜିତ ଏହି ଟିମ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଆଗାମୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନାହିଁ।

Virat crying

ତେବେ, ଏହି ମ୍ୟାଚ ସରିବା ପରେ ଏକ ଅବିଶ୍ୱାସନୀୟ ଚିତ୍ର ସାମ୍ନାକୁ ଆସିଥିଲା। ଯେଉଁଥିରେ ଅଧିନାୟକ ବିରାଟ କୋହଲିଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ପ୍ରକୃତରେ ବାଙ୍ଗାଲୋର ଦଳ ପାଇଁ ଅଧିନାୟକ ଭାବରେ ବିରାଟଙ୍କର ଏହା ଅନ୍ତିମ ମ୍ୟାଚ ଥିଲା। ବାଙ୍ଗାଲୋର ଦଳ ପାଇଁ ଅଧିନାୟକ ଭାବରେ ଚଳିତ ବର୍ଷର ଆଇପିଏଲ ତାଙ୍କ ଶେଷ ସିଜନ ହେବ ବୋଲି କୋହଲି ପୂର୍ବରୁ ଘୋଷଣା କରି ସାରିଥିଲେ। ଦେଖନ୍ତୁ ଭିଡ଼ିଓ:-

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ବିରାଟ ସାଥି ଖେଳାଳି ମାନଙ୍କ ସହିତ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ, ଅଧିନାୟକ ପଦ ଛାଡୁଥିବାରୁ ବିରାଟ ବେସ୍ ଭାବପ୍ରବଣ ହୋଇ ପଡ଼ିଥିଲେ। ଭିଡ଼ିଓରେ ସେ ଏବଂ ସାଥି ଖେଳାଳି ଏବି.ଡିଭିଲିଅର୍ସ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ପ୍ରାୟତଃ ଖୁସି ମିଯାଜରେ ରହିବାକୁ ଭଲ ପାଉଥିବା ବିରାଟଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ସହ୍ୟ କରି ପାରିନଥିଲେ। ତେବେ, ବିରାଟ ଆଗକୁ ଦଳରେ ଜଣେ ଖେଳାଳି ଭାବରେ ଖେଳିବେ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି।