ଦେଖନ୍ତୁ ଭିଡ଼ିଓ: DRS ବିବାଦ ପରେ ଉତକ୍ଷିପ୍ତ ହେଲେ କୋହଲି, ଷ୍ଟମ୍ପ୍ ମାଇକରେ ସାଉଥ୍ ଆଫ୍ରିକାକୁ ଗାଳି କରି କହିଲେ, ତମ ଦଳ...

 
Kohli

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତ ପରାଜୟ ବରଣ କରିଛି। ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଏହି ମ୍ୟାଚ ଜିତି ନେଇଛି। ଏଥିସହିତ ଦକ୍ଷିଣ ଆଫ୍ରିକା ୨-୧ ରେ ଏହି ସିରିଜ ଜିତି ନେଇଛି। କିନ୍ତୁ, ତୃତୀୟ ଟେଷ୍ଟରେ ସବୁଠାରୁ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଡ଼ିଆରଏସ୍। ଏହି ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନରେ ଡ଼ିଆରଏସ୍ କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା।

DRS

ଭାରତ ୨୧୨ ରନର ଟାର୍ଗେଟ ଦେଇଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୨୩ ରନରେ ପ୍ରଥମ ୱିକେଟ୍ ହରାଇଥିଲା। କିନ୍ତୁ, ଏହାପରେ ଡ଼ିନ୍ ଏଲଗାର୍ ଏବଂ କିଙ୍ଗର୍ଣ୍ଣ ପିଟରସେନ୍ ଦୃଢତାର ସହିତ ବ୍ୟାଟିଂ କରିଥିଲେ। ୨୧ ଓଭର ୬୦ ରନରେ ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ଝଟକା ଲାଗିଥିଲା। ଏଲଗରଙ୍କୁ ଫିଲ୍ଡ ଅମ୍ପାୟାର ଏଲବିଡବ୍ଲୁ ଆଉଟ୍ କରାଇ ଦେଇଥିଲେ।

କିନ୍ତୁ,ଏଲଗର୍ ଡିଆରଏସ ନେଇଥିଲେ ଏବଂ ବଲଟି ୱିକେଟ୍ ଉପରୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଥାର୍ଡ ଅମ୍ପାୟାରଙ୍କର ଏହି ନିଷ୍ପତ୍ତିକୁ ଭାରତୀୟ ଦଳ ସହଜରେ ଗ୍ରହଣ କରି ପାରିନଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିରାଟ କୋହଲି, ରବିଚନ୍ଦ୍ରନ ଆଶ୍ୱିନ୍  ଏବଂ କେଏଲ ରାହୁଲ ଷ୍ଟମ୍ପ ମାଇକରେ ଗାଳି କରୁଥିବା ଦେଖିବାକୁ ମିଳିଥିଲା।

ଅମ୍ପାୟାର ଏରାସମସ୍- ଏହା ଅସମ୍ଭବ

ବିରାଟ କୋହଲି- ମ୍ୟାଚ୍ ଜିତିବା ପାଇଁ ଆହୁରି ଅନେକ କାଇଦା ରହିଛି। ନିଜ ଦଳ ଉପରେ ଫୋକସ୍ କର। ବିପକ୍ଷ ଦଳକୁ କେବଳ ଧ୍ୟାନ ଦିଅନ୍ତୁ ନାହିଁ। ଡିଆରଏସ ନିରପେକ୍ଷ ହେବା ଦରକାର।

ଆର ଅଶ୍ୱିନ-  ଜିତିବା ପାଇଁ ବହୁତ ଉପାୟ ଅଛି ସୁପରସ୍ପୋର୍ଟ। 

କେଏଲ ରାହୁଲ- ପୁରା ଦେଶେ ୧୧ ଜଣଙ୍କ ବିରୋଧରେ ଖେଳୁଛି।