ଦେଖନ୍ତୁ ଭିଡ଼ିଓ: କିପରି ଅଜବ୍ ଢଙ୍ଗରେ ଆଉଟ ହେଲେ ବ୍ୟାଟ୍ସମାନ,ଜୋତା ଖୋଲିଯାଇ ଷ୍ଟମ୍ପରେ ବାଜିଯିବାରୁ ପାଭେଲିଅନ୍ ଫେରିଲେ ଏହି ବ୍ୟାଟ୍ସମାନ….

 
ଦେଖନ୍ତୁ ଭିଡ଼ିଓ: କିପରି ଅଜବ୍ ଢଙ୍ଗରେ ଆଉଟ ହେଲେ ବ୍ୟାଟ୍ସମାନ,ଜୋତା ଖୋଲିଯାଇ ଷ୍ଟମ୍ପରେ ବାଜିଯିବାରୁ ପାଭେଲିଅନ୍ ଫେରିଲେ ଏହି ବ୍ୟାଟ୍ସମାନ….

ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ପାଲ୍ଲେକାଲ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କା ବାଂଲାଦେଶକୁ ୨୦୯ ରନରେ ପରାସ୍ତ କରିଛି। ତେବେ ଏହି ମ୍ୟାଚରେ ଏପରି କିଛି ଘଟିଥିଲା ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚ୍ ସମୟରେ ବାଂଲାଦେଶର ଇନିଂସରେ ଏକ ନିଆରା ଘଟଣା ଘଟିଥିଲା। ବାଂଲାଦେଶର ସ୍ପିନର ତାଇଜୁଲ ଇସଲାମ ୮୨ତମ ଓଭରର ଶେଷ ବଲ ପାଇଁ ଷ୍ଟ୍ରାଇକ୍ ରେ ଥିଲେ ଏବଂ ଏହି ବଲ୍ ରେ ସେ କ୍ରିକେଟ୍ ଇତିହାସର ସବୁଠାରୁ ଆଶ୍ଚର୍ଯ୍ୟଜନକ ଉପାୟରେ ଆଉଟ ହୋଇଥିଲେ।

ସୁରଙ୍ଗା ଲାକମଲଙ୍କ ବଲରେ ତାଇଜୁଲ ଏକ ରକ୍ଷଣାତ୍ମକ ସଟ୍ ଖେଳି ରନ୍ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା କରିବା ସମୟରେ ତାଙ୍କ ଜୋତା ବାହାରକୁ ଆସିଯିବା ସହ ତାହା ୱିକେଟ୍ ରେ ବାଜି ଯାଇଥିଲା ଯାହା ପରେ ଅମ୍ପାୟର ତାଇଜୁଲଙ୍କୁ ହିଟ୍ ୱିକେଟ୍ ବୋଲି ଘୋଷଣା କରିଥିଲେ। ଯାହାଫଳରେ ମାତ୍ର ୯ ରନ୍ ସ୍କୋର କରି ତାଙ୍କୁ ପାଭିଲିୟନକୁ ଫେରିବାକୁ ପଡ଼ିଥିଲା।

ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ୧୯୪ ରନ୍ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ ବାଂଲାଦେଶ ସମ୍ମୁଖରେ ୪୩୭ ରନ୍ ର ଲକ୍ଷ୍ୟ ରଖିଥିଲା।  କିନ୍ତୁ ବାଂଲାଦେଶ ବ୍ୟାଟ୍ସମାନଙ୍କ ଖରାପ ପ୍ରଦର୍ଶନ ହେତୁ ଶ୍ରୀଲଙ୍କା ଏହି ମ୍ୟାଚକୁ ୨୦୯ ରନ୍ ବ୍ୟବଧାନରେ ଜିତି ନେଇଥିଲା।