ମ୍ୟାଚ ମଝିରେ ହରଭଜନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ରାଇନା, ଭଜ୍ଜି ଦେଲେ ଏପରି ରିଆକ୍ସନ, ଦେଖନ୍ତୁ ଭିଡିଓ

 
ମ୍ୟାଚ ମଝିରେ ହରଭଜନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ରାଇନା, ଭଜ୍ଜି ଦେଲେ ଏପରି ରିଆକ୍ସନ, ଦେଖନ୍ତୁ ଭିଡିଓ

ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପୂର୍ବରୁ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚ୍ ପୂର୍ବରୁ ଚେନ୍ନାଇ ଏବଂ କୋଲକାତା ଦଳ ଅଭ୍ୟାସ କରୁଥିବା ବେଳେ, ସୁରେଶ ରାଇନା ପଡ଼ିଆ ମଝିରେ ହରଭଜନ ସିଂଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଥିଲା।

ତେବେ ସୁରେଶ ରାଇନା ହରଭଜନଙ୍କ ପାଦ ଛୁଇଁବା ମାତ୍ରେ ଭଜ୍ଜି ନିଜେ ଆଣ୍ଠୁ ମାଡ଼ି ତଳେ ବସି ପଡ଼ିଥିଲେ, ତା’ପରେ କିଛି ସମୟ ହସିବା ପରେ ଭଜ୍ଜି ଠିଆ ହୋଇ ରାଇନାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ମଧ୍ୟରେ ଘଟିଥିବା ଏହି ମଜାଳିଆ ଘଟଣାର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ହରଭଜନ ପୂର୍ବରୁ ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ମଧ୍ୟ ଅଇପିଏଲ ରେ ପ୍ରତିନିଧିତ୍ୱ କରି ସାରିଛନ୍ତି। ତେବେ ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଦଳ ହରଭଜନ ସିଂଙ୍କୁ ଏକାଦଶ ଖେଳିବାରେ ସୁଯୋଗ ଦେଇନଥିଲା। ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସ କୁ ୧୮ ରନରେ ପରାସ୍ତ କରିଥିଲା।