ଦେଖନ୍ତୁ ଭିଡ଼ିଓ: ପୁରୁଣା ଫର୍ମ କୁ ଫେରିଲେ ଏମ.ଏସ୍ ଧୋନି, CSK ନେଟ୍ସରେ ବଡ଼ ବଡ଼ ଛକା ଲଗାଉଥିବାର ଭିଡ଼ିଓ ହେଲା ଭାଇରାଲ...

 
ଦେଖନ୍ତୁ ଭିଡ଼ିଓ: ପୁରୁଣା ଫର୍ମ କୁ ଫେରିଲେ ଏମ.ଏସ୍ ଧୋନି, CSK ନେଟ୍ସରେ ବଡ଼ ବଡ଼ ଛକା ଲଗାଉଥିବାର ଭିଡ଼ିଓ ହେଲା ଭାଇରାଲ...

ଅଇପିଏଲ ର ଆଗାମୀ ସଂସ୍କରଣ ଭାରତରେ ଆସନ୍ତା ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ, ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଆଇପିଏଲ ୨୦୨୧ ଆରମ୍ଭ ହେବ ପୂର୍ବରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଆଇପିଏଲ୍ ସିଜନ ଧୋନିଙ୍କ ପାଇଁ ବହୁତ ଖରାପ ରହିଥିଲା। ଏବଂ ଇତିହାସରେ ପ୍ରଥମ ଥର ପାଇଁ CSK ଦଳ ପ୍ଲେ ଅଫ୍ କୁ ଯିବାକୁ ବିଫଳ ହୋଇଥିଲା। କିନ୍ତୁ ଏଥର ସିଜ଼ନ ଆରମ୍ଭ ହେବା ପୂର୍ବରୁ ଧୋନି ସମସ୍ତ ବୋଲରଙ୍କୁ ନିଜ ବ୍ୟାଟର ଚେତାବନୀ ଦେଇଛନ୍ତି। 

ବାସ୍ତବରେ ସୋସିଆଲ ମିଡିଆରେ କ୍ୟାପଟେନ କୁଲଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। CSK ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲା ଯେଉଁଥିରେ ଧୋନିଙ୍କୁ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖାଯାଉଛି। ଏବଂ ନେଟ୍ସ ରେ ସେ ଲମ୍ବା ଲମ୍ବା ଛକା ମଧ୍ୟ ମାରୁଥିବାର ନଜ଼ର ଆସୁଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ଚଳିତ ବର୍ଷ ଏହାର ପ୍ରଥମ ମ୍ୟାଚ୍ ଏପ୍ରିଲ ୧୦ ରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ଖେଳିବ। ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ ତମ ସିଜନରେ ପ୍ରଥମ ଥର ପାଇଁ ଚେନ୍ନାଇ ପ୍ଲେ ଅଫ୍ କୁ ଯିବାରେ ବିଫଳ ହୋଇଥିଲା। ଏହି ବର୍ଷ ଚେନ୍ନାଇ ସୁପର କିଙ୍ଗ୍ସ ୬ଟି ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଥିଲା। ତେବେ ଚେନ୍ନାଇ ଚଳିତ ବର୍ଷ ଉନ୍ନତ ପ୍ରଦର୍ଶନ ଲକ୍ଷରେ ରହିବ ନିଶ୍ଚୟ।