ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ କୋହଲି ବଦଳରେ ବ୍ୟାଟିଂ କରିବାକୁ ଆସିଗଲେ 'Jarvo', ବାଧ୍ୟ ହୋଇ ସିକୁରିଟି ଗାର୍ଡ ଉଠେଇ ନେଲେ

 
jarvo replacement of kohli

ଲିଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାରି ରହିଛି। ତେବେ ଏହି ମ୍ୟାଚର ତୃତୀୟ ଦିନରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିରେ ଜଣେ ଭାରତର ଜଣେ ବିଦେଶୀ ସମର୍ଥକ ପଡ଼ିଆ ମଧ୍ୟକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ଲାଇଭ ଟିଭିରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଖେଳ ଚାଲିଥିବା ବେଳେ ଭରତୀୟ ଓପନର୍ ରୋହିତ ଶର୍ମା ଆଉଟ ହୋଇ ପାଭେଲିଅନ ଫେରିଥିଲେ। ଏହାପରେ "Jarvo" ନାମକ ଏହି ବ୍ୟକ୍ତି ଦର୍ଶକ ଷ୍ଟାଣ୍ଡ ମଧ୍ୟରୁ ବ୍ୟାଟିଂ କିଟ୍ ପିନ୍ଧି ପଡ଼ିଆ ମଧ୍ୟକୁ ପ୍ରବେଶ କରିଥିଲେ। ଏହାପରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ପଡ଼ିଆ ମଧ୍ୟରୁ ବାହାର କରିଥିଲେ।

ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ "Jarvo" ଲର୍ଡ୍ସ ଟେଷ୍ଟରେ ମଧ୍ୟ ଏହିପରି ପଡ଼ିଆ ମଧ୍ୟକୁ ପଶିଆସିଥିଲେ। ଏହାପରେ ତାଙ୍କୁ ସେଠାରୁ ବାହାର କରିବା ସହ ଲର୍ଡ୍ସ ଗ୍ରାଉଣ୍ଡରୁ ବାସନ୍ଦ କରାଯାଇଥିଲା।

ତେବେ ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ ଦ୍ଵିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇ ୱିକେଟ୍ ହରାଇ ୨୧୫ ରନ୍ କରିଥିବା ବେଳେ ଇଂଲଣ୍ଡ ସ୍କୋର ଠାରୁ ୧୩୯ ରନରେ ପଛୁଆ ରହିଛି।