ଦେଖନ୍ତୁ ଭିଡ଼ିଓ: ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅବିଶ୍ୱାସନୀୟ କ୍ୟାଚ ଧରିଲେ ଏହି ମହିଳା ଭାରତୀୟ ଖେଳାଳି, ଭିଡ଼ିଓ ହେଲା ଭାଇରାଲ

 
Harleen deol catch

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୧୮ ରନ୍ ରେ ପରାଜୟ ବରଣ କରିଛି। ତେବେ ଏହି ମ୍ୟାଚରେ ଭାରତୀୟ ଖେଳାଳି ହର୍ଲିନ ଦେଓଲ ଏପରି ଏକ ଚମକପ୍ରଦ କ୍ୟାଚ ଧରିଥିଲେ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଇଂଲଣ୍ଡ ଇନିଂସର ୧୯ତମ ଓଭରରେ ଆମ୍ମି ଜୋନ୍ସ ସୀମାରେଖା ଆଡକୁ ଏକ ସଟ୍ ଖେଳିଥିଲେ। ପ୍ରଥମେ ବଲଟି ସୀମାରେଖା ବାହାରକୁ ଯାଉଥିବାର ଜଣାପଡୁଥିଲେ ମଧ୍ୟ ମଝିରେ ହର୍ଲିନ ଡାଇଭ ମାରି ଏହି ଅବିଶ୍ୱାସନୀୟ କ୍ୟାଚ ଧରିଥିଲେ। ଏହି କ୍ୟାଚକୁ ଦେଖିବା ପରେ ଲୋକେ ତାଙ୍କୁ "ସୁପରଉମନ"ର ଆଖ୍ୟା ଦେଇଛନ୍ତି। ଏବେ ଦେଖନ୍ତୁ ଏହି ଭିଡ଼ିଓ:-


ତେବେ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୭ ରନ୍ କରିପାରିଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଜିତିବା ପାଇଁ ୮.୪ ଓଭରରେ ୭୩ ରନ୍ ଆବଶ୍ୟକ କରୁଥିଲା। କିନ୍ତୁ, ଏହା ୩ ୱିକେଟ୍ ହରାଇ ମାତ୍ର ୫୪ ରନ୍ କରିପାରିଥିଲା। ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୧୮ ରନରେ ଜିତିନେଇଥିଲା।

From around the web