ଦେଖନ୍ତୁ ଭିଡ଼ିଓ: ଡି-କକ୍ ଚତୁରତାର ସହ କଲେ ଏହି ପାକିସ୍ତାନ ଖେଳାଳିଙ୍କୁ ରନ୍-ଆଉଟ, ମାତ୍ର ପାକିସ୍ତାନୀ ଫ୍ୟାନ କହିଲେ ଚିଟିଙ୍ଗ କରି....

 
ଦେଖନ୍ତୁ ଭିଡ଼ିଓ: ଡି-କକ୍ ଚତୁରତାର ସହ କଲେ ଏହି ପାକିସ୍ତାନ ଖେଳାଳିଙ୍କୁ ରନ୍-ଆଉଟ, ମାତ୍ର ପାକିସ୍ତାନୀ ଫ୍ୟାନ କହିଲେ ଚିଟିଙ୍ଗ କରି....

ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଦୂତୀୟ ଦିନିକିଆ  ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଓପନର୍ ଫାଖର ଜମାନଙ୍କ ୧୫୫ ବଲ ୧୯୩ ରନ୍ ର ଇଂନିଂସ ପରେ ମଧ୍ୟ ପାକିସ୍ତାନ ଦ୍ୱିତୀୟ ଦିନିକିଆ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭ ରନ୍ ରେ ପରାଜୟର ସମ୍ମୁଖୀନ ହୋଇଛି।

ତେବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା କ୍ରମରେ ମ୍ୟାଚର ଟର୍ନିଂ ପଏଣ୍ଟ ସେତିକିବେଳେ ଆସିଥିଲା ​​ଯେତେବେଳେ ୱିକେଟ୍ କିପର କ୍ୱିଣ୍ଟନ୍ ଡି-କକ୍ ଙ୍କ ଚତୁରତା କାରଣରୁ ଫକର ଜମାନ ଆଉଟ ହୋଇଥିଲେ, ଯାହା ପରେ ପାକିସ୍ତାନର ଜିତିବାର ସମସ୍ତ ଆଶା ମଉଳି ଯାଇଥିଲା। 

ତେବେ ଏହାକୁ ପାକିସ୍ତାନୀ ପ୍ରଶଂସକ ମାନେ ଆଦୌ ପସନ୍ଦ କରିନାହାନ୍ତି ଏବଂ କ୍ୱିଣ୍ଟନ୍ ଡି କକ୍ ଙ୍କୁ ଠକ ଏବଂ ସେ ଚିଟିଙ୍ଗ କରିଥିବା କହିବା ଆରମ୍ଭ କରିଛନ୍ତି। ତେବେ ମ୍ୟାଚର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

୩୪୨ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନ ୪୯ ଓଭରରେ ୮ ୱିକେଟ୍ ହରାଇବା ପରେ ୩୧୧ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ କୁ ୬ ଟି ବଲରୁ ୩୧ ରନ୍ ଆବଶ୍ୟକ ଥିଲା ଏବଂ  ଫକର ଜମାନ କ୍ରିଜରେ ୧୯୨ ରନ୍ କରି ଖେଳୁଥିଲେ। ଲୁଙ୍ଗି ଇଙ୍ଗିଡି ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ। ପ୍ରଥମ ବଲରେ ଫକର ଜମାନ ଏକ ଛକା ମାରିଥିଲେ।

କିନ୍ତୁ ପରବର୍ତ୍ତୀ ବଲ ରେ ଫକର ଦ୍ୱିତୀୟ ରନ୍ ନେବାକୁ ଉଦ୍ୟତ ହେଉଥିବା ବେଳେ କ୍ୱିଣ୍ଟନ୍ ଡି କକ୍ ଅଙ୍ଗଭଙ୍ଗୀ କରି ସୂଚାଇ ଦେଇଥିଲେ ଯେ ବୋଲିଂ ଏଣ୍ଡ କୁ ବଲ ଫିଙ୍ଗା ଯାଇଛି। ଯେଉଁଥିପାଇଁ ଫକର ପଛକୁ ଚାହିଁ ଥିଲେ ଏବଂ ବଲ୍ ସିଧା ଆସି ବ୍ୟାଟିଂ ଏଣ୍ଡ ୱିକେଟ୍ ରେ ବାଜିଥିଲା ଏବଂ ଫକର ଆଉଟ ହୋଇଯାଇଥିଲେ ଏଥିସହିତ ପାକିସ୍ତାନ ମଧ୍ୟ ମ୍ୟାଚ ହାରି ଯାଇଥିଲା।