ଦେଖନ୍ତୁ ଭିଡ଼ିଓ: ଆହତ ହେବା ସତ୍ତ୍ୱେ ଫାଫ୍ ଡୁ ପ୍ଲେସିସ୍ ଧରିଲେ ଚମତ୍କାର କ୍ୟାଚ୍, ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ

 
Faf du plesis

ୟୁଏଇ ଠାରେ ଆଇପିଏଲ ୨୦୨୧ ର ଦ୍ଵିତୀୟ ସଂସ୍କରଣ ସୁରୁଖୁରୁରେ ଆଗେଇ ଚାଲିଛି। ରବିବାର ଦିନ ୩୮ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ବିଜୟୀ ହୋଇଥିଲା। ତେବେ, ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ଫାଫ୍ ଡୁ ପ୍ଲେସିସ୍ ଆହତ ହେବା ସତ୍ତ୍ୱେ ଏକ ଚମତ୍କାର କ୍ୟାଚ ଧରିଥିଲେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Faf duplesis

କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ ଦଶମ ଓଭରର ପ୍ରଥମ ବଲରେ ଚେନ୍ନାଇ ସ୍ପିଡଷ୍ଟାର ଜୋଶ ହାଜଲେଉଡଙ୍କ ବିପକ୍ଷରେ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସୀମା ପାଖରେ ଥିବା ଫାଫ୍ ଡୁ ପ୍ଲେସିସ୍ ଏକ ଚମତ୍କାର କ୍ୟାଚ ଧରିଥିଲେ। କ୍ୟାଚ ଧରିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଏବଂ ସେଥିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୧୭୧ ରନ୍ କରିଥିଲା। ଜବାବରେ ଚେନ୍ନାଇ ଭଲ ଆରମ୍ଭ କରିଥିଲେ ହେଁ ଏକଦା ଶେଷ ଓଭର ଆଡ଼କୁ ମ୍ୟାଚ ଫସିଯାଇଥିଲା। କିନ୍ତୁ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମାତ୍ର ୮ ଟି ବଲରେ ୨୨ ରନ୍ କରି ଚେନ୍ନାଇକୁ ଜିତାଇ ଦେଇଥିଲେ।