ଦେଖନ୍ତୁ ଭିଡ଼ିଓ: RR vs KKR ମ୍ୟାଚରେ ଏକ ନାଟକୀୟ ଢଙ୍ଗରେ ଆଉଟ ହେଲେ କ୍ୟାପଟେନ୍ ମୋର୍ଗାନ୍,ଭିଡ଼ିଓ ଦେଖିଲେ ନିଜ ହସ ରୋକିପାରିବେନି ଆପଣ….

 
ଦେଖନ୍ତୁ ଭିଡ଼ିଓ: RR vs KKR ମ୍ୟାଚରେ ଏକ ନାଟକୀୟ ଢଙ୍ଗରେ ଆଉଟ ହେଲେ କ୍ୟାପଟେନ୍ ମୋର୍ଗାନ୍,ଭିଡ଼ିଓ ଦେଖିଲେ ନିଜ ହସ ରୋକିପାରିବେନି ଆପଣ….

ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ର ଅଧିନାୟକ ଇଏନ୍ ମୋର୍ଗାନ୍ ଏକ ନାଟକୀୟ ଢ଼ଙ୍ଗରେ ଆଉଟ୍ ହୋଇଥିଲେ। ଏହି ମ୍ୟାଚରେ ଇଏନ୍ ମୋର୍ଗାନ୍ ଙ୍କୁ କୌଣସି ବଲ୍ ନ ଖେଳି ରନ୍ ଆଉଟ୍ ହୋଇ ପାଭେଲିଅନ୍ ଫେରିବାକୁ ପଡିଥିଲା।  

ତେବେ କୋଲକାତାର ଅଧିନାୟକ ମୋର୍ଗାନ ଯେଉଁଭଳି ଭାବରେ ନାଟକୀୟ ଢଙ୍ଗରେ ଆଉଟ୍ ହୋଇଥିଲେ, ତାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ବାସ୍ତବରେ କୋଲକାତା ନାଇଟ୍ ରାଇଡର୍ସ ଇନିଂସର ଏକାଦଶ ଓଭରରେ କ୍ରିସ୍ ମୋରିସ୍ ବୋଲିଂ କରୁଥିଲେ। ଷ୍ଟ୍ରାଇକ୍ ରେ ଥିବା ରାହୁଲ ତ୍ରିପାଠୀ ଏହି ଓଭରର ଦ୍ୱିତୀୟ ବଲରେ ଏକ ସିଧା ସଟ୍ ଖେଳିଥିଲେ, କିନ୍ତୁ ଏହା ନନ୍-ଷ୍ଟ୍ରାଇକ୍ ରେ ଥିବା ମୋର୍ଗାନଙ୍କ ବ୍ୟାଟରେ ବାଜି କ୍ରିସ୍ ମୋରିସ୍ ଙ୍କ ନିକଟକୁ ଚାଲିଯାଇଥିଲା। ଏହାପରେ ରନ୍ ନେବା ପାଇଁ ନନ୍-ଷ୍ଟ୍ରାଇକ୍ ଏଣ୍ଡ କ୍ରିଜରୁ ବାହାରି ଆସିଥିବା ମୋର୍ଗାନଙ୍କୁ ମୋରିସ୍ ସହଜରେ ରନ୍ ଆଉଟ କରିଦେଇଥିଲେ। ଏହି ଘଟଣାଟି ଖୁବ୍ କୌତୁହଳପୂର୍ଣ୍ଣ ହୋଇଥିବାରୁ ଏହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କରିଛି।  କୋଲକାତା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ପାଇଁ ୧୩୩ ରନ୍ କରିପାରିଥିଲା। ଏହାର ଜବାବରେ ରାଜସ୍ଥାନ ୧୮.୫ ଓଭରରେ ଚାରି ୱିକେଟ୍ ହରାଇ ଏହି ଲକ୍ଷ ହାସଲ କରି ନେଇଥିଲା।