AUS vs PAK: ସେମିଫାଇନାଲ ମ୍ୟାଚରେ ଅମ୍ପାୟାର ନେଲେ ଏଭଳି ଭୁଲ ନିଷ୍ପତ୍ତି, ତଥାପି ଜିତି ପାରିଲାନି ପାକିସ୍ତାନ….

 
david warner not out

ଗତକାଲି ଦୁବାଇ ଠାରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ପାକିସ୍ତାନ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଛି। ତେବେ, ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାରନର୍ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇଥିଲେ। ଏହା ସତ୍ତ୍ୱେ ପାକିସ୍ତାନ ଅଷ୍ଟ୍ରେଲିଆ ଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା।

Warner

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଚାରି ୱିକେଟରେ ୧୭୬ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ୧୭୭ ରନର ଲକ୍ଷକୁ ପିଛା କରୁଥିଲେ ହେଁ ଖରାପ ଆରମ୍ଭ କରିଥିଲା। ଅଧିନାୟକ ଆରନ୍ ଫିଞ୍ଚଙ୍କ ସହିତ ଆହୁରି ୩ ୱିକେଟ୍ ହରାଇଥିଲା। କିନ୍ତୁ, ଗୋଟିଏ ପଟୁ ୱାର୍ଣ୍ଣର ଚମତ୍କାର ବ୍ୟାଟିଂ କରୁଥିଲେ। ଏକାଦଶ ଓଭରର ଶାଦବ ଖାନଙ୍କ ପ୍ରଥମ ବଲରେ ୱାର୍ଣ୍ଣରଙ୍କୁ ଅମ୍ପାୟାର୍‌ ୱିକେଟ୍ ପଛରେ ଆଉଟ୍‌ ବୋଲି ଘୋଷଣା କରି ଦେଇଥିଲେ। ତେବେ ବଲ୍‌ ବ୍ୟାଟକୁ ଛୁଇଁ ନ ଥିବାବେଳେ ୱାର୍ଣ୍ଣର୍‌ ରିଭ୍ୟୁର ବ୍ୟବହାର ନ କରି ପାଭିଲିୟନକୁ ଫେରି ଯାଇଥିଲେ।

warner not out

ଶାଦବ ଖାନ ଚମତ୍କାର ବୋଲିଂ କରି ୪ ୱିକେଟ୍ ହାସଲ କରିଥିଲେ ହେଁ ଅଷ୍ଟ୍ରେଲିଆ ପାକିସ୍ତାନ ହାତରୁ ଏହି ମ୍ୟାଚକୁ ଛଡ଼ାଇ ନେଇଥିଲା। ୧୯ ତମ ଓଭରରେ ଶାହୀନ ଶାହା ଆଫ୍ରିଦିଙ୍କୁ ଲଗାତାର ତିନୋଟି ଛକା ମାରି ମ୍ୟାଥୟୁ ୱେଡ୍ ଅଷ୍ଟ୍ରେଲିଆକୁ ବିଜୟ ଦ୍ୱାରରେ ପହଞ୍ଚାଇ ଦେଇଥିଲେ। ନଭେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ ଖେଳାଯିବ।