ଦେଖନ୍ତୁ ଭିଡ଼ିଓ: ଆସିଗଲା CSK ର ନୂଆ ହତିଆର୍, ଦେଖନ୍ତୁ କିପରି CSK ବ୍ୟାଟ୍ସମାନଙ୍କୁ ନେଟ୍ସ ରେ ଆଉଟ କରୁଛନ୍ତି ଏହି ୨୦ ବର୍ଷୀୟ ବାଳକ…

 
ଦେଖନ୍ତୁ ଭିଡ଼ିଓ: ଆସିଗଲା CSK ର ନୂଆ ହତିଆର୍, ଦେଖନ୍ତୁ କିପରି CSK ବ୍ୟାଟ୍ସମାନଙ୍କୁ ନେଟ୍ସ ରେ ଆଉଟ କରୁଛନ୍ତି ଏହି ୨୦ ବର୍ଷୀୟ ବାଳକ…

CSK ଆଇପିଏଲ ଇତିହାସର ଅନ୍ୟତମ ସଫଳ ଦଳ ଭାବରେ ଜଣା ଶୁଣା ଅଟନ୍ତି। ଏହି ଟିମ ୨୦୧୦,୨୦୧୧ ଏବଂ ୨୦୧୮ ମସିହାରେ ଆଇପିଏଲ ଚମ୍ପିୟାନ ହୋଇ ପାରିଥିଲା। ତେବେ ଗତ ବର୍ଷ ଆଇପିଏଲ ରେ ଦଳର ପ୍ରଦର୍ଶନ ନିରାଶା ଜଣକ ଥିଲା। 

ତେବେ ବର୍ତ୍ତମାନ ଦଳ ୨୦୨୧ ବର୍ଷ ଆଇପିଏଲ ସଂସ୍କରଣ ପାଇଁ ଜୋରଦାର ପ୍ରୟାସ ଏବଂ ଅଭ୍ୟାସ ଜାରି ରଖିଛି। ସିଏସକେ ଏହି ନିଲାମରେ ମୋଇନ୍ ଅଲି, କୃଷ୍ଣପ୍ପା ଗୋଥମ୍, ହରିଶଙ୍କର ରେଡ୍ଡୀ, ଭଗବତ୍ ଭର୍ମା ଏବଂ ଚେତେଶ୍ୱର ପୂଜାରାଙ୍କ ଭଳି ନୂଆ ଖେଳାଳି କିଣିଥିବା ବେଳେ ଏବେ ନେଟ୍ସ ରେ ଜଣେ ଆଫଗାନ ବୋଲର୍ କୁ ମଧ୍ୟ ଦେଖିବାକୁ ମିଳିଛି ଯିଏ କି ନିଜର ପେସ୍ ବୋଲିଂ ଦ୍ୱାରା CSK ବ୍ୟାଟ୍ସମାନ ମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଛି।

CSK ଆଫଗାନିସ୍ତାନର ନୁର୍ ଅହମ୍ମଦ ଏବଂ ଫଜଲହକ୍ ଫାରୁକି ଙ୍କୁ ନେଟ୍ସ ବୋଲର୍ ଭାବରେ ନିଜ ଦଳରେ ସାମିଲ କରିଥିଲା। ନୁର ଅହମ୍ମଦ ଜଣେ ବାମହାତୀ ସ୍ପିନର ହୋଇଥିବା ବେଳେ।  ଫଜଲହକ୍ ଫାରୁକି ଜଣେ ବାମହାତୀ ପେସର୍ ଅଟନ୍ତି ଯିଏ କି CSK ନେଟ୍ସରେ ନିଜର ପେସ୍ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଏବେ ଦେଖନ୍ତୁ ଏହି ଭିଡ଼ିଓ:-