ଦେଖନ୍ତୁ ଭିଡ଼ିଓ: କୋଲକାତା ବିପକ୍ଷ ମ୍ୟାଚରେ ଚମତ୍କାର କ୍ୟାଚ ଧରି ଚର୍ଚ୍ଚା କୁ ଆସିଲେ ଚେତନ ସାକାରିଆ, ଭିଡ଼ିଓ ଦେଖିଲେ ତାଯୁବ୍ ହେବେ ଆପଣ…..

 
ଦେଖନ୍ତୁ ଭିଡ଼ିଓ: କୋଲକାତା ବିପକ୍ଷ ମ୍ୟାଚରେ ଚମତ୍କାର କ୍ୟାଚ ଧରି ଚର୍ଚ୍ଚା କୁ ଆସିଲେ ଚେତନ ସାକାରିଆ, ଭିଡ଼ିଓ ଦେଖିଲେ ତାଯୁବ୍ ହେବେ ଆପଣ…..

ଗତକାଲି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସର ଖେଳାଳି ଚେତନ ସାକରିଆ ଏକ ଚମତ୍କାର କ୍ୟାଚ୍ ଧରି ଚର୍ଚ୍ଚାର ପରିସର କୁ ଆସିଛନ୍ତି। ବର୍ତ୍ତମାନ ଚେତନ ସାକରିଆଙ୍କ ଏହି କ୍ୟାଚର ଭିଡିଓ ଟ୍ୱିଟରରେ ବହୁତ ଭାଇରାଲ ହେବାରେ ଲାଗିଛି।

ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ କ୍ରିସ୍ ମୋରିସ୍ ଙ୍କ ବଲ୍ ରେ ଏକ ଜୋରଦାର ସଟ୍ ଲଗାଇଥିଲେ, ପ୍ରାରମ୍ଭରେ ଏହା ଏକ ଚୌକା ଭଳି ଲାଗୁଥିବା ବେଳେ କିନ୍ତୁ ସେଠାରେ ଉପସ୍ଥିତ ଥିବା ଚେତନ ସାକରିଆ ଡ଼ାଇଭ ମାରି ଏକ ଚମତ୍କାର କ୍ୟାଚ ଧରିଥିଲେ। ଏହି କ୍ୟାଚ ଧରିବା ପରେ ସକାରିଆଙ୍କୁ ଲୋକେ ଖୁବ୍ ପ୍ରଶଂସା କରିବା ସହ ତାଙ୍କୁ ସୁପରମ୍ୟାନ୍ ର ଆଖ୍ୟା ଦେଇଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶନିବାର ଖେଳାଯାଇଥିବା ଏହି ଆଇପିଏଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କରିଛି।  କୋଲକାତା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ପାଇଁ ୧୩୩ ରନ୍ କରିପାରିଥିଲା। ଏହାର ଜବାବରେ ରାଜସ୍ଥାନ ୧୮.୫ ଓଭରରେ ଚାରି ୱିକେଟ୍ ହରାଇ ଏହି ଲକ୍ଷ ହାସଲ କରି ନେଇଥିଲା।