ଦେଖନ୍ତୁ ଭିଡ଼ିଓ: ମଜାରେ ମଜାରେ କୋହଲିଙ୍କ ଗାଳି ଦେଉଥିବା ଭିଡ଼ିଓକୁ ପୋଷ୍ଟ କରିଦେଲେ ୱାସିମ୍ ଜାଫର୍, ଆଉ ତାପରେ କୋହଲୀ..

 
Wasim jafar tweet

କ୍ରିକେଟରୁ ଅବସର ନେବା ପରେ ଭାରତର ପୂର୍ବତନ ଓପନର୍ ୱାସିମ୍ ଜାଫର୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ଜାଫର୍ ସୋସିଆଲ୍ ମିଡିଆରେ ନିଜର ମଜାଳିଆ ଟ୍ୱିଟ୍ ମାଧ୍ୟମରେ ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥାନ୍ତି। ତେବେ ନିକଟରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ସେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି,ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ୱାସିମ ଜାଫର ସେୟାର କରିଥିବା ଭିଡିଓରେ ବିରାଟ କୋହଲି ନିଜ ସାଥି ଖେଳାଳିମାନଙ୍କ ସହ ଏକ ୱିକେଟ୍ କୁ ସେଲିବ୍ରେଟ କରୁଥିବାର ଦେଖଯାଉଛି।ଏଥିସହ ଭିଡିଓରେ ବିରାଟ କୋହଲି ଆଗ୍ରେସିଭ ମୋଡ଼ରେ ଥିବା ବେଳେ ସେ କିଛି କହୁଥିବା ଏବଂ ତାଙ୍କ ଓଠର ପ୍ରତିକ୍ରିୟାରୁ ଏହା ଏକ ଗାଳି ପରି ଲାଗୁଛି। ୱାସିମ ଜାଫର ୱିସଡେନ ଇଣ୍ଡିଆର ଏକ ଟ୍ୱିଟରେ ପ୍ରତିକ୍ରିୟା ଦେବା ସହ କୋହଲିଙ୍କ ଏହି ଭିଡିଓ ସେୟାର କରିଥିଲେ।

ଭିଡିଓରେ ବିରାଟ କୋହଲି ଅପଶବ୍ଦ ବ୍ୟବହାର କରୁଥିବାବେଳେ। ଏହି ଅପଶବ୍ଦ କୁ ଲୋକମାନେ 'ବେନ୍ ଷ୍ଟୋକ୍ସ' ସହିତ ଯୋଡ଼ିବାରେ ଲାଗିଛନ୍ତି। ତେବେ ଲୋକମାନେ ଯେଉଁ ଅପଶବ୍ଦ ବିଷୟରେ କହୁଛନ୍ତି ତାହାକୁ କୋହଲି ଅନେକ ଥର ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ।


ପ୍ରକୃତରେ ୱିସଡେନ୍ ଇଣ୍ଡିଆ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରି କହିଥିଲା ଯେ, 'ଯଦି ଆପଣଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଖେଳାଳି ଅଦଳବଦଳ କରିବାକୁ ଅନୁମତି ଦିଆଯାଏ, ତେବେ ଆପଣ କେଉଁ ଖେଳାଳିଙ୍କୁ ଭାରତୀୟ ଦଳରେ ଦେଖିବାକୁ ପସନ୍ଦ କରିବେ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ୱାସିମ ଜାଫର ଏହି ଭିଡ଼ିଓଟିକୁ ପୋଷ୍ଟ କରିଥିଲେ। ପ୍ରକୃତରେ ଏହି ଭିଡିଓ ସେୟାର କରି ଜାଫର ଟ୍ରାନ୍ସଫର ମାଧ୍ୟମରେ ଟିମ୍ ଇଣ୍ଡିଆରେ ବେନ୍ ଷ୍ଟୋକ୍ସଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନିଜର ମତ ରଖିଥିଲେ।