ଦେଖନ୍ତୁ ଭିଡ଼ିଓ: ମନୀଷ ପାଣ୍ଡେଙ୍କୁ ଆଉଟ ହେବାର ଦେଖି ରାଗିଗଲେ SRH ସିଇଓ କାଭିୟା ମରନ୍, ଦେଲେ ଏଭଳି ରିଆକ୍ସନ ଯେ ଭାଇରାଲ ହୋଇଗଲା ଭିଡ଼ିଓ…

 
ଦେଖନ୍ତୁ ଭିଡ଼ିଓ: ମନୀଷ ପାଣ୍ଡେଙ୍କୁ ଆଉଟ ହେବାର ଦେଖି ରାଗିଗଲେ SRH ସିଇଓ କାଭିୟା ମରନ୍, ଦେଲେ ଏଭଳି ରିଆକ୍ସନ ଯେ ଭାଇରାଲ ହୋଇଗଲା ଭିଡ଼ିଓ…

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ଏକଦା ହାଇଦ୍ରାବାଦ ଜିତିବା ପରିସ୍ଥିତିରେ ଥିବା ବେଳେ। ଶାହବାଜ ଅହମ୍ମଦ ଏକ ଓଭରରେ ତିନୋଟି ୱିକେଟ୍ ନେଇ ମ୍ୟାଚର ସମ୍ପୂର୍ଣ୍ଣ ଚିତ୍ର ବଦଳାଇଥିଲେ।

ଆଇପିଏଲର ଏହି ରୋମାଞ୍ଚକର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ କୁ ୬ ରନ୍ ରେ ପରାସ୍ତ କରିଥିଲା। ତେବେ ସୋସିଆଲ ମିଡିଆରେ ପରାଜୟ ପାଇଁ ମନୀଷ ପାଣ୍ଡେଙ୍କୁ ଦାୟୀ କରାଯାଉଛି। ଦଳ ତାଙ୍କୁ ଆବଶ୍ୟକ କରୁଥିବା ସମୟରେ ମନୀଷ ପାଣ୍ଡେ ଶାହବାଜ ଅହମ୍ମଦଙ୍କ ବଲ ରେ ଏକ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ଆଉଟ ହୋଇଯାଇଥିଲେ। 

ତାଙ୍କୁ ଆଉଟ ହେବାର ଦେଖି ହାଇଦ୍ରାବାଦର ସିଇଓ କାଭିଆ ମାରନ ତାଙ୍କ ମୁଣ୍ଡ ଉପରେ ହାତ ଦେଇ ଏଭଳି ରିଆକ୍ସନ ଦେଇଥିଲେ ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।


ଏହି ମ୍ୟାଚରେ ଗୋଟିଏ ସମୟରେ ହାଇଦ୍ରାବାଦ ୨୪ ବଲରୁ ୩୫ ରନ୍ ଆବଶ୍ୟକ କରୁଥିଲା। କିନ୍ତୁ ୧୭ ତମ ଓଭରରେ ଶାହାବାଜ ଅହମ୍ମଦ ଉଭୟ ମନୀଷ ପାଣ୍ଡେ ଏବଂ ଜନି ବେୟାରଷ୍ଟୋ ଙ୍କ ସହ ସେ ଅବଦୁଲ ସମାଦଙ୍କ ୱିକେଟ୍ ଅକ୍ତିଆର କରିଥିଲେ। ମନୀଷ ପାଣ୍ଡେ ଯେପରି ନିଜ ୱିକେଟ୍ ହରାଇଲେ ତାହା ଦେଖି SRH ସିଇଓ କାଭିଆ ମାରନ୍ ହତାଶ ହୋଇ ତାଙ୍କ ମୁଣ୍ଡ ଧରି ପକାଇଥିବା ଦେଖିବାକୁ ମିଳିଥିଲା।