ଦେଖନ୍ତୁ ଭିଡ଼ିଓ: ଚତୁର୍ଥ ଟେଷ୍ଟରେ ପୁଣି ପଡ଼ିଆ ଭିତରକୁ ପଶିଲା 'Jarvo 69', ଏଥର ପୋଲିସ ନେଲା କଡ଼ା କାର୍ଯ୍ୟାନୁଷ୍ଠାନ

 
Jarvo

ଲଣ୍ଡନର "ଦ ଓଭାଲ" କ୍ରିକେଟ ଗ୍ରାଉଣ୍ଡ ଥରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି। ତୃତୀୟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ଏକତାରଫା ଜିତିଥିବାରୁ ଚତୁର୍ଥ ମ୍ୟାଚ ଆହୁରି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ, ଆଜି ଦ୍ଵିତୀୟ ଦିନର ଖେଳ ଚାଲିଥିବା ବେଳେ 'jarvo' ନାମକ ବ୍ୟକ୍ତି ପୁଣି ପଡ଼ିଆ ମଧ୍ୟକୁ ପଶିଆସିଥିଲେ।

Jarvo

ଇଂଲଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ କରୁଥିବା ବେଳେ ହଠାତ୍ 'jarvo' ପଡ଼ିଆ ମଧ୍ୟକୁ ପଶିଥିଲେ। ଏଥର ସେ ଭାରତ ପାଇଁ ବୋଲିଂ କରିବାକୁ ଆସିଥିବା ଦେଖା ଯାଇଥିଲା। 'jarvo' ଏଥର ଦର୍ଶକଙ୍କ ମଧ୍ୟରୁ ବାହାରି ସିଧା ବୋଲିଂ କରିବାକୁ ଉଦ୍ୟତ ହୋଇଥିଲେ। ଏଥିପାଇଁ ଖେଳ ବେସ୍ କିଛି ସମୟ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀମାନେ 'jarvo' କୁ ପଡ଼ିଆରୁ ବାହାର କରିଥିଲେ ଯାହାପରେ ପୁଣି ଖେଳ ପ୍ରାରମ୍ଭ ହୋଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ 'jarvo' ପ୍ରଥମ ଦୁଇ ଟେଷ୍ଟରେ ମଧ୍ୟ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଯାହାପରେ ତାଙ୍କୁ ଉକ୍ତ ଦୁଇ ଷ୍ଟାଡିୟମରୁ ବ୍ୟାନ୍ କରାଯାଇଥିଲା। କିନ୍ତୁ, ଏଥର 'jarvo' ପଡ଼ିଆ ଭିତରେ ଦୌଡୁଥିବା ବେଳେ ଇଂଲଣ୍ଡ ଖେଳାଳି ଜନି ବେୟାରଷ୍ଟ୍ରୋଙ୍କ ସହିତ ପିଟି ହୋଇଯାଇଥିଲେ। ଯାହା ପରେ ତାଙ୍କୁ ଷ୍ଟାଡିୟମରୁ ବାହାର କରାଯିବା ସହ ତାଙ୍କୁ ପ୍ରଥମ ଥର ପାଇଁ ଗିରଫ କରାଯାଇଥିବା ଜଣାଯାଇଛି।