ଦେଖନ୍ତୁ ଭିଡ଼ିଓ: SRH ବିପକ୍ଷ ମ୍ୟାଚରେ ଜବରଦସ୍ତ କ୍ୟାଚ ଧରିଲେ ଫାଫ୍ ଡୁ ପ୍ଲେସିସ୍, କ୍ୟାଚ ଦେଖି ଫ୍ୟାନ୍ସ ଦେଲେ ଏଭଳି ରିଆକ୍ସନ୍…..

 
ଦେଖନ୍ତୁ ଭିଡ଼ିଓ: SRH ବିପକ୍ଷ ମ୍ୟାଚରେ ଜବରଦସ୍ତ କ୍ୟାଚ ଧରିଲେ ଫାଫ୍ ଡୁ ପ୍ଲେସିସ୍, କ୍ୟାଚ ଦେଖି ଫ୍ୟାନ୍ସ ଦେଲେ ଏଭଳି ରିଆକ୍ସନ୍…..

ଚେନ୍ନାଇ ସୁପର କିଙ୍ଗ୍ସ ତାରକା ଖେଳାଳି ଫାଫ୍ ଡୁ ପ୍ଲେସିସ୍ ବୁଧବାର ଦିନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ଏକ ଚମତ୍କାର କ୍ୟାଚ ଧରି ମନୀଷ ପାଣ୍ଡେଙ୍କୁ ପାଭେଲିଅନ୍ ପଠାଇଥିଲେ। ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସିତ ହେଉଛି।

ମନୀଷ ପାଣ୍ଡେ ୧୮ ତମ ଓଭରରେ ଲୁଙ୍ଗି ନିଗିଡିଙ୍କ ବଲ୍ ରେ ଛକା ମାରିବାକୁ ଚେଷ୍ଟା କରୁଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ ତାରକା ଖେଳାଳି ଫାଫ ଡୁ ପ୍ଲେସିସ୍ ସୀମାରେଖା ପାଖରେ ଏକ ଚମତ୍କାର ଏବଂ କଷ୍ଟଦାୟକ କ୍ୟାଚ୍ ଧରିଥିଲେ।


ଏହି ମ୍ୟାଚରେ ରିତୁରାଜ ଗାଇକୱାଡଙ୍କ (୭୫) ଏବଂ ଫାଫ୍ ଡୁପଲେସିଙ୍କ (୫୬) ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପର କିଙ୍ଗସ ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ସାତ ୱିକେଟରେ ପରାସ୍ତ କରିଛି।  ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ ସଂଗ୍ରହ କରିଥିଲା, ଯାହା ଚେନ୍ନାଇ ୧୮.୩ ଓଭରରେ ତିନୋଟି ୱିକେଟ୍ ହରାଇ ହାସଲ କରି ନେଇଥିଲା।

ଏହି ମ୍ୟାଚ ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ୬ଟି ମ୍ୟାଚରେ କ୍ରମାଗତ ପଞ୍ଚମ ବିଜୟ ଅଟେ ଏବଂ ବର୍ତ୍ତମାନ ଏହା ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି |  ସେହିପରି ୬ଟି ମ୍ୟାଚ୍‌ରେ ଏହା ହାଇଦ୍ରାବାଦର ପଞ୍ଚମ ପରାଜୟ ଅଟେ ଏବଂ ଏହି ଦଳ ଦୁଇ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିଛି।