IPL ରେ ସବୁଠାରୁ ଅଧିକ ଗତିରେ ବୋଲିଂ କରି ରେକର୍ଡ ଭାଙ୍ଗିଲେ ଏବଂ ଭାରତୀୟ ଦଳରେ ସାମିଲ ହେଲେ ହାଇଦ୍ରାବାଦର ଏହି ଧ୍ରୁତ ବୋଲର୍

 
umran mallik srh

ଭାରତକୁ ମିଳିଯାଇଛି ଆଉ ଏକ ଧୂଆଁଧାର ଫାଷ୍ଟ ବୋଲର। ଚଳିତ ବର୍ଷର ଆଇପିଏଲରେ ୧୫୦ରୁ ଅଧିକ ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସିଛନ୍ତି ଉମରାନ ମାଲିକ୍। ସନରାଇଜର୍ସ ହାଇଦ୍ରାବାଦ ଦଳ ତରଫରୁ ଖେଳିବାକୁ ସୁଯୋଗ ପାଇଥିବା ଉମରାନ ଆଇପିଏଲ ୨୦୨୧ର ସବୁଠାରୁ ଧ୍ରୁତ ବଲ ଫିଙ୍ଗିଛନ୍ତି। ସେ ଚେନ୍ନାଇ ବିପକ୍ଷ ମ୍ୟାଚରେ ଘଣ୍ଟା ପ୍ରତି ୧୫୩ କିମିରୁ ଅଧିକ ବେଗରେ ବଲ ଫିଙ୍ଗିଥିଲେ।

Umran

ତେବେ, କାଶ୍ମୀର ଶ୍ରୀନଗରରୁ ଆସିଥିବା ଏହି ଧ୍ରୁତ ବୋଲରଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର। ଆଇପିଏଲ ପରେ ପରେ ୟୁଏଇ ଠାରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ସହିତ ରହିବେ ଉମରାନ। ଗତକାଲି ଏଥିନେଇ ବିସିସିଆଇ ସୂଚନା ଦେଇଛି ଯେ ଉମରାନ ଜଣେ ନେଟ୍ ବୋଲର ଭାବରେ ଭାରତୀୟ ଦଳ ସହିତ ବିଶ୍ୱକପରେ ଭାଗନେବେ। ଏଥିନେଇ ଶନିବାର ସନରାଇଜର୍ସ ହାଇଦ୍ରାବାଦ୍‌ର ଅଧିକାରୀମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି।

Umran mallik

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉମରାନ ଏପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ପାଇଁ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ସେହିପରି ଚଳିତ ଆଇପିଏଲରେ ସେ ତିନୋଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। କୋଭିଡ୍‌ କଟକଣା ହେତୁ ହାଇଦ୍ରାବାଦ୍‌ ପେସର ଟି.ନଟରାଜନ ଖେଳିବା ପାଇଁ ଉପଲବ୍ଧ ନ ଥିବାରୁ ମଲିକଙ୍କ ସହ ସନରାଇଜର୍ସ ଏକ ଶର୍ଟ ଟର୍ମ ଚୁକ୍ତି କରିଥିଲା। ସୁଯୋଗର ଫାଇଦା ଉଠାଇବା ସହିତ ଘଣ୍ଟା ପ୍ରତି ୧୫୦ ରୁ ଅଧିକ ବେଗରେ ବୋଲିଂ କରି ଉମରାନ ସମସ୍ତଙ୍କୁ ଚକିତ କରି ଦେଇଥିଲେ।