IPL 2021: ଆଇପିଏଲ୍ ଉପରେ କରୋନା ର କଳା ବାଦଲ, ଖେଳାଳିଙ୍କ ପରେ କରୋନା ପାଇଁ ଆଇପିଏଲ୍ ରୁ ଓହରିଲେ ଏହି ଦୁଇ ଅମ୍ପାୟାର…..

 
IPL 2021: ଆଇପିଏଲ୍ ଉପରେ କରୋନା ର କଳା ବାଦଲ, ଖେଳାଳିଙ୍କ ପରେ କରୋନା ପାଇଁ ଆଇପିଏଲ୍ ରୁ ଓହରିଲେ ଏହି ଦୁଇ ଅମ୍ପାୟାର…..

ବର୍ତ୍ତମାନ ଭାରତରେ ଅନେକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାରେ ଲାଗିଛନ୍ତି, ବଢୁଥିବା ମାମଲା ମଧ୍ୟରେ, ଚାଲୁଥିବା ଅଇପିଏଲ ର ୨୦୨୧ ସଂସ୍କରଣ ବନ୍ଦ ହୋଇ ଯିବାର କଳ୍ପନାଜଳ୍ପନା କରାଯାଉଛି! ଏହାର ମୁଖ୍ୟ କାରଣ ହେଉଛି କରୋନା କାରଣରୁ ବିଦେଶୀ ଖେଳାଳିମାନେ ସ୍ବଦେଶ ଫେରିଯିବା, କେବଳ ଖେଳାଳି ନୁହଁନ୍ତି ବର୍ତ୍ତମାନ ଅମ୍ପାୟାର ମାନେ ମଧ୍ୟ ଏହି ଲିଗ୍ କୁ ଅଧାରେ ଛାଡ଼ି ଦେଉଥିବା ଖବର ସାମ୍ନାକୁ ଆସୁଛି।

ଏହି ଖବର ଅନୁଯାଇ ବ୍ୟକ୍ତିଗତ କାରଣରୁ ଭାରତର ଅମ୍ପାୟାର ନିତିନ ମେନନ୍ ଏବଂ ଅଷ୍ଟ୍ରେଲିଆର ପଲ୍ ରିଫେଲ୍ ଆଇପିଏଲରୁ ଓହରି ଯାଇଛନ୍ତି। ତେବେ ନିତିନଙ୍କର ମା ଏବଂ ପତ୍ନୀ ଉଭୟେ କରୋନା ସଂକ୍ରମିତ ହୋଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେହିପରି ଏଭଳି ପରିସ୍ଥିତିରେ ଭାରତରେ କୋଭିଡ-୧୯ ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆର ପଲ ରିଫେଲ୍ ଆଇପିଏଲରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।  

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅତୀତରେ, ଦୁଇ ଅଷ୍ଟ୍ରେଲିୟ ଖେଳାଳିଙ୍କ ସହ ଭାରତର ଆର୍ ଅଶ୍ୱିନ ମଧ୍ୟ ଆଇପିଏଲରୁ ବିରତି ନେଇଛନ୍ତି। ଅନ୍ୟପକ୍ଷରେ ବିସିସିଆଇ ଖେଳାଳିମାନେ ଜୈବ ନିରାପତ୍ତା ବଳୟ ଭିତରେ ସୁରକ୍ଷିତ ଥିବା ନିଶ୍ଚିତ କରିଛନ୍ତି।