IPL 2021; ବଢ଼ିଲା CSK ର ଚିନ୍ତା, ହାଜେଲଉଡ୍ ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଆସିବାକୁ ମନା କରିଦେଲେ ଏହି ଦୁଇ ଷ୍ଟାର ଖେଳାଳି

 
IPL 2021; ବଢ଼ିଲା CSK ର ଚିନ୍ତା, ହାଜେଲଉଡ୍ ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଆସିବାକୁ ମନା କରିଦେଲେ ଏହି ଦୁଇ ଷ୍ଟାର ଖେଳାଳି

ଗତ ସିଜନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବହୁତ ଖରାପ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ ତମ ସଂସ୍କରଣ ଆରମ୍ଭ ପୂର୍ବରୁ ସିଏସକେ ଆହୁରି କିଛି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ ଆଇପିଏଲରୁ ଓହରି ଯାଇଥିବା ଏକ ଚିନ୍ତାର କାରଣ ହୋଇଥିବା ବେଳେ। ଏହି ଧୃତ ବୋଲର୍ ଙ୍କ ପାଇଁ ଏବେ ଉପଯୁକ୍ତ ବଦଳ ଖେଳାଳି ଖୋଜିବା CSK ପାଇଁ ଆହୁରି ମୁଣ୍ଡ ବ୍ୟଥାର କାରଣ ସାଜିଛି।

ତାଙ୍କ ବଦଳରେ ସିଏସ୍‌କେ ଅନ୍ୟ ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବିଲି ଷ୍ଟାନଲେକ୍ ଏବଂ ଇଂଲଣ୍ଡ ବାମହାତୀ ପେସ୍ ବୋଲର ରିସ୍ ଟୋପଲିଙ୍କୁ ଚୁକ୍ତିନାମା ପ୍ରଦାନ କରିଥିଲା। ତେବେ ଉଭୟ ଦଳରେ ଯୋଗଦେବାକୁ ମନା କରି ଦେଇଛନ୍ତି। ଦିନକୁ ଦିନ ଭାରତରେ ବୃଦ୍ଧି ପାଉଥିବା COVID-19 ମାମଲା କୁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।

CSK ର ଏକ ସୂତ୍ରରୁ ଜଣାପଡିଛି ଯେ ଏହି ଖେଳାଳି ମାନେ ବିଭିନ୍ନ କାଉଣ୍ଟି ଦଳ ସହିତ ଆଗରୁ ଚୁକ୍ତି କରି ସାରିଛନ୍ତି। ତେବେ ଭାରତରେ COVID-19 ମାମଲା ବୃଦ୍ଧି ହେତୁ ସେମାନେ ଆଇପିଏଲରେ ଖେଳିବାକୁ ଏହି ଖେଳାଳି ମାନଙ୍କୁ ଅନୁମତି ଦେଉନାହାନ୍ତି। ତେବେ CSK କୁ ଶୀଘ୍ର ହିଁ ବଦଳ ଖେଳାଳି ମିଳିଯିବେ ବୋଲି ଟିମ ମ୍ୟାନେଜମେଣ୍ଟ ଆଶା ରଖିଛି।