IPL ଉପରେ ଆସିଲା ବହୁତ ବଡ଼ ସଙ୍କଟ!! ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ହେଲେ KKR ର ଏହି ଦୁଇ ଖେଳାଳି,ରଦ୍ଧ ହେଲା KKR vs RCB ମ୍ୟାଚ୍….

 
IPL ଉପରେ ଆସିଲା ବହୁତ ବଡ଼ ସଙ୍କଟ!! ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ହେଲେ KKR ର ଏହି ଦୁଇ ଖେଳାଳି,ରଦ୍ଧ ହେଲା KKR vs RCB ମ୍ୟାଚ୍….

ଭାରତରେ କରୋନା ର ଦୂତୀୟ ଲହର ଶୀର୍ଷ ରେ ଥିବା ବେଳେ, ଏବେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ କୁ ମଧ୍ୟ ପ୍ରଭାବିତ କରିଛି କରୋନା।  ସୋମବାର ଅନୁଷ୍ଠିତ ହେବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ବାତିଲ କରାଯାଇଛି।  ସୂଚନାନୁସାରେ, କୋଲକାତା ଦଳ ର ଦୁଇଜଣ ଖେଳାଳି କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋମବାର ଦିନ ଆଇପିଏଲର ୧୪ ତମ ସିଜିନର ୩୦ ତମ ମ୍ୟାଚରେ ଅହମ୍ମଦାବାଦରେ କୋଲକାତା ନାଇଟ୍ ରାଇଡର୍ସ କୁ ଭେଟିବାକୁ ଯାଉଥିଲା। କିନ୍ତୁ କୋଲକାତା ଦଳର ସନ୍ଦୀପ ୱାରିଆର୍ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କର ପ୍ରଥମ କରୋନା ଟେଷ୍ଟ ରେ ସେମାନେ ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ଏହି ମ୍ୟାଚ କୁ ଅନ୍ୟ ଏକ ତାରିଖକୁ ଘୁଞ୍ଚାଇ ଦେଇଛି ବିସିସିଆଇ।

ତେବେ ସମସ୍ତ ଖେଳାଳି ଜୈବ ନିରାପତ୍ତା ବଳୟ ଭିତରେ ଥିଲେ ମଧ୍ୟ ଏହି ଦୁଇ ଖେଳାଳି ନିଜର ଆଘାତର ସ୍କାନ ପାଇଁ ଡାକ୍ତରଖାନା ଯାଇଥିଲେ ଏବଂ ସେହିଠାରୁ ହିଁ ସେମାନେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଦୁଇ ଖେଳାଳିଙ୍କର ଦୂତୀୟ କରୋନା ରିପୋର୍ଟ କୁ ଅପେକ୍ଷା କରିଛି ବିସିସିଆଇ, ଏହି ରିପୋର୍ଟ ଆସିବା ପରେ ହିଁ ଏହି ଦୁଇ ଖେଳାଳି ସଂକ୍ରମିତ କି ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।