ଭାରତ ମ୍ୟାଚ୍ ଫିକ୍ସ କରି ଜିତୁଛି କହି ଟ୍ରୋଲ୍ କଲେ ଏହି ପାକିସ୍ତାନୀ ଅଭିନେତ୍ରୀ, ଆକାଶ ଚୋପ୍ରା ଦେଲେ ଏହି କଡ଼ା ଜବାବ

 
Akash chopra

ଆଫଗାନିସ୍ତାନ ବିପକ୍ଷରେ ଏକତରଫା ବିଜୟ ହାସଲ କରିବା ପରେ ଟି-୨୦ ବିଶ୍ୱକପରେ ଭାରତର ସେମିଫାଇନାଲ ଆଶା ଜୀବିତ ରହିଛି। ତେବେ, ଆଫଗାନିସ୍ତାନ ବିପକ୍ଷରେ ଅନ୍ତ୍ୟତ ଜରୁରୀ ଥିବା ଏହି ବିଜୟ ହାସଲ କରିବା ପରେ ଏହି ମ୍ୟାଚଟି ଫିକ୍ସ କରାଯାଇଥିବା ନେଇ କିଛି ଲୋକେ ଗଣମାଧ୍ୟମରେ ପ୍ରଚାର କରିଥିଲେ।

Tweet

ତେବେ ଏହିପରି ଏକ ଘଟଣାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଶ୍ୟକାର ଆକାଶ ଚୋପ୍ରା ଏବଂ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ଦେଖିବାକୁ ମିଳିଛି। ଏହି ଘଟଣା ମୁତାବକ ଭାରତ ଜିତିବା ପରେ ଆକାଶ ଟ୍ୱିଟର ମାଧ୍ୟମରେ ଭାରତକୁ ଅଭିନନ୍ଦନ ଜଣାଇଥିଲେ। ତେବେ, ଆକାଶଙ୍କର ଏହି ଟ୍ୱିଟକୁ ଟ୍ୟାଗ୍ କରି ଶେହେର ସେନୱାରୀ ନାମକ ଏହି ଅଭିନେତ୍ରୀ ଜଣକ "ବିସିସିଆଇ ଏକ ଭଲ ମ୍ୟାଚ କିଣିନେଇଛି" ବୋଲି କହିଥିଲେ।

Tweet

ଆକାଶ ଚୋପ୍ରା ତୁରନ୍ତ ଏହାର କଡ଼ା ଜବାବ ଦେଇଥିଲେ। ସେ ଶେହେରଙ୍କୁ ଟ୍ୟାଗ୍ କରି "ଯେଉଁମାନଙ୍କର ବୁଦ୍ଧି ନାହିଁ ସେମାନେ ଚୁପ ରହିବା ଭଲ" ବୋଲି ଲେଖା ଥିବା ଏକ ଫୋଟୋ ପୋଷ୍ଟ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନାକୁ ଜୀବିତ ରଖିଛି।

Tweet

ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୦ ରନ୍ ସ୍କୋର କରିଥିଲା ​​ଯେଉଁଥିରେ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।