ଚହଲ-ଧନଶ୍ରୀଙ୍କ ଛାଡପତ୍ର ପଛରେ ଏହି ମିଷ୍ଟ୍ରି ମହିଳାଙ୍କ ରହିଛି ହାତ! ଜାଣନ୍ତୁ ସେ କିଏ, ଭାଇରାଲ ହେଉଛି ଫଟୋ

 
Chahal dhanashree

ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଖବର ଉପରେ ଧନଶ୍ରୀ ଧର୍ମେନ୍ଦ୍ର ଶେଷରେ ନିରବତା ଭାଙ୍ଗିଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ଧନଶ୍ରୀ ଭିତ୍ତିହୀନ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଭିତ୍ତିହୀନ ଲେଖା ମାଧ୍ୟମରେ ମୋତେ ବଦନାମ କରାଯାଉଥିବା କଥା ସେ କହିଛନ୍ତି ।

Chahal

ତେବେ ଧନଶ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମର ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଧନଶ୍ରୀ ଲେଖିଛନ୍ତି- ଗତ କିଛି ଦିନ ମୋ ପରିବାର ଏବଂ ମୋ ପାଇଁ ବହୁତ କଷ୍ଟସାଧ୍ୟ ରହିଛି। ମୋତେ ଟ୍ରୋଲ କରାଯାଉଛି । ମୋ ବିରୋଧରେ ଭିତ୍ତିହୀନ ଲେଖା ପ୍ରସାର କରାଯାଉଛି । ମୁଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମୋର ନାମ ଏବଂ ସଚ୍ଚୋଟତା ସୃଷ୍ଟି କରିଥିଲି । ଏପରିକି ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି।

ପ୍ରକାଶ ଥାଉକି, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ରକୁ ନେଇ ଏପର୍ୟ୍ୟନ୍ତ କିଛି କୁହାଯାଇନାହିଁ। ଏହି ଖବର ଏବେ ନୁହେଁ ବରଂ ୨୦୨୨ରୁ ଆରମ୍ଭ ହେଲାଣି। ଧନଶ୍ରୀ ଯେତେବେଳେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଚହଲ ନାମକୁ ହଟାଇ ଦେଇଥିଲେ।

ସେହି ସମୟରେ ଚହଲ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ଏକ ନୂତନ ଜୀବନ ଆରମ୍ଭ ହେଉଛି, ଯାହା ତାଙ୍କ ସମ୍ପର୍କରେ ଭଲ ନଥିବା କଳ୍ପନା ଜଳ୍ପନାର କାରଣ ହୋଇଥିଲା। ପରେ ଚହଲ ଏହି ଗୁଜବକୁ ମିଛ କହିଥିଲେ । ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ।

Chahal

ତେବେ ଡିଭୋର୍ସ ଚର୍ଚ୍ଚା ମଧ୍ୟରେ ନିକଟରେ ଚହଲଙ୍କୁ ଜଣେ 'ଅଜଣା ଯୁବତୀ'ଙ୍କ ସହ ଦେଖିବା ପାଇଁ ମିଳିଥିଲା । ଉଭୟଙ୍କୁ ଏକ ହୋଟେଲରେ ସ୍ପଟ୍ କରାଯାଇଥିଲା । ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପୁଣି ଚହଳ ସୃଷ୍ଟି ହୋଇଛି। ଚହଲଙ୍କ ସହ ନଜର ଆସୁଥିବା ଯୁବତୀଙ୍କ ବିଷୟରେ ଜାଣିବା ପାଇଁ ଏବେ ସମସ୍ତେ ଜାଣିବା ପାଇଁ ଚାହୁଁଛନ୍ତି ।

ମୁମ୍ବାଇର ଏକ ହୋଟେଲରେ ଚହଲ ଏବଂ ଜଣେ ଯୁବତୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୟୁଜଭେନ୍ଦ୍ର ଚହଲ କାଜୁଆଲ୍ ପୋଷାକ ପିନ୍ଧିଥିବାର ନଜର ଆସୁଥିବା ବେଳେ ଯୁବତୀ ଜଣକ ସବୁଜ ରଙ୍ଗର ଓଭରସାଇଜ୍ ସ୍ୱେଟସାର୍ଟ ପିନ୍ଧିଛନ୍ତି ।