ଟି୨୦ ବିଶ୍ଵ କପ ପରେ କୋହଲିଙ୍କ ଜାଗାରେ ଭାରତୀୟ ଦଳର ନେତୃତ୍ୱ ନେଇପାରନ୍ତି ଏହି ୩ ଖେଳାଳୀ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

 
Captain

ଚଳିତବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଏହି ଛୋଟ ଫର୍ମାଟରୁ ଦଳର ଅଧିନାୟକ ପଦ ଛାଡିବାକୁ ବିରାଟ କୋହଲି ନିଷ୍ପତ୍ତି ନେଇଛନ୍ତି। ତେବେ, ଯଦି ସେ ୨୦୨୧ ଟି-୨୦ ବିଶ୍ୱକପ୍, ୨୦୨୨ ଟି-୨୦ ବିଶ୍ୱକପ୍ ଓ ୨୦୨୩ ଏକଦିବସୀୟ ବିଶ୍ୱକପ ମଧ୍ୟରୁ କୌଣସି ଗୋଟିଏକୁ ଜିତିବାରେ ସକ୍ଷମ ନ ହୁଅନ୍ତି ତାହେଲେ ତାଙ୍କ ଅଧିନାୟକ ପଦ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୩ ଦିନିକିଆ ବିଶ୍ୱକପ୍ ବେଳକୁ ବିରାଟଙ୍କ ବୟସ ପ୍ରାୟ ୩୪-୩୫ ବର୍ଷ ମଧ୍ୟ ହୋଇଯାଇଥିବ। ତେଣୁ, ଏଭଳି ପରିସ୍ଥିତିରେ ଭାରତୀୟ ଦଳ ନୂଆ ଅଧିନାୟକ ଖୋଜିବା ନିଶ୍ଚିତ। ତେବେ, ଆସନ୍ତୁ ଜାଣିବା ଏଭଳି ୩ ଜଣ ଖେଳାଳି ଯେଉଁମାନେ ବିରାଟଙ୍କ ପରେ ଭାରତୀୟ ଦଳର ସ୍ଥାୟୀ ଅଧିନାୟକ ହୋଇପାରିବେ ବୋଲି ଆଶା କରାଯାଉଛି।

Kohli

୧. ରିସଭ୍ ପନ୍ତ:- ରିସଭ ପନ୍ତ ବିରାଟଙ୍କ ପରେ ଭାରତର ଅଧିନାୟକ ହୋଇପାରିବେ। ଗତ କିଛି ମାସ ଭିତରେ ରିସଭ୍ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଇପିଏଲ୍ ରେ ଦିଲ୍ଲୀ କ୍ୟାପିଟାଲସ୍ ତାଙ୍କ ଅଧିନାୟକତ୍ଵରେ ଭଲ ପ୍ରଦର୍ଶନ କରି ଆସୁଛି।

Rishab pant

 

୨. ଶୁଭମାନ୍ ଗିଲ:- ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଗିଲ ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ ଡେବ୍ୟୁ କରି ଥିଲେ। ସେହି ଶିରିଜ୍ ରେ ଗିଲ ଦୁନିଆର ଶ୍ରେଷ୍ଠ ବୋଲରମାନଙ୍କୁ ସଫଳତାର ସହିତ ସାମ୍ନା କରିଥିଲେ ଓ ଭାରତ ସିରିଜ ଜିତିବାରେ ତାଙ୍କର ମଧ୍ୟ ପ୍ରମୁଖ ଅବଦାନ ଥିଲା। ୨୦୧୯ ଦେଓଧର ଟ୍ରଫୀ ରେ ଗିଲ୍ ଅଧିନାୟକ ଥିଲେ। ଇଣ୍ଡିଆ ସି ଦଳ ଗିଲଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା।

Subhman gill

 

୩.ଶ୍ରେୟଶ୍ ଆୟର:- ମୁମ୍ବାଇର ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଆୟର ୨୦୧୭ ମସିହାରେ ଭାରତୀୟ ଦଳ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୮ ରେ ଶ୍ରେୟଶ ଦିଲ୍ଲୀ ଡେୟାର ଡେଭିଲ୍ସର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ। ଏହା ପରେ ଗତ ବର୍ଷ ଶ୍ରେୟଶଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲସ୍ ଦଳ ଆଇପିଏଲ ଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲା।

Sreyash iyer