ଅହରହ ପାଣି ଭଳି ମଦ ପିଅନ୍ତି ଏହି ୩ ଭାରତୀୟ କ୍ରିକେଟର! ମଦ ବିନା ଦିନେ ବି ରହିପାରନ୍ତିନି

 
Alcohol favourite cricketer
ଅନେକ ସମୟରେ କ୍ରିକେଟର ମାନେ ନିଜ ଲାଇଫ ଷ୍ଟାଇଲକୁ ନେଇ ବେଶ୍ ଚର୍ଚ୍ଚାରେ ଥାଆନ୍ତି । ସେ ମହେନ୍ଦ୍ର ସିଂହ ଧୋନି ହୁଅନ୍ତୁ କି ବିରାଟ କୋହଲି । କେବଳ ଭାରତରେ ନୁହେଁ ଏଭଳି କିଛି କ୍ରିକେଟରଙ୍କର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି । 

ବର୍ତ୍ତମାନ ସମୟରେ ଦର୍ଶକ ମାନଙ୍କ ମଧ୍ୟରେ କ୍ରିକେଟ୍ କୁ ନେଇ ଯେତିକି କ୍ରେଜ୍ ରହିଛି ତା ଠାରୁ ବେଶୀ ଅଧିକ କ୍ରେଜ ରହିଛି କ୍ରିକେଟର ମାନଙ୍କ ଜୀବନ ଶୈଳୀକୁ ନେଇ । ଏପରିକି ଏହି କ୍ରିକେଟର ମାନଙ୍କ ଲାଇଫ ଷ୍ଟାଇଲ ଅନେକ୍ ସମୟରେ ଫ୍ୟାନ୍ସ ମାନଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ନିଜର ପସନ୍ଦିତା କ୍ରିକେଟର କଣ ଖାଉଛନ୍ତି କେଉଁ ଷ୍ଟାଇଲର ହେୟାର୍ କଟ୍ କରୁଛନ୍ତି ଏପରିକି ସେ କେଉଁ ବ୍ରାଣ୍ଡ୍ ର ଜିନିଷ ବ୍ୟବହାର କରୁଛନ୍ତି ଏହାକୁ ଫଲୋ କରିଥାନ୍ତି ଫ୍ୟାନ ମାନେ । 

Alcohol

ତେବେ ଆମେ ଆପଣଙ୍କୁ ଆଜି ଭାରତୀୟ କ୍ରିକେଟର ମାନଙ୍କୁ ନେଇ କିଛି ଏଭଳି କଥା କହିବାକୁ ଯାଉଛୁ । ଭାରତୀୟ କ୍ରିକେଟ ଟିମ୍ ରେ ଏଭଳି ତିନି ଜଣ କ୍ରିକେଟର ରହିଛନ୍ତି ଯେଉଁମାନେ ଗୋଟିଏ ଦିନ ବି ମଦ ବିନା ରହି ପାରନ୍ତି ନାହିଁ । ପ୍ରତିଦିନ ପାଣି ଭଳି ସେମାନେ ପିଅନ୍ତି ମଦ । ତେବେ ଆସନ୍ତୁ ଜାଣିବା କିଏ ସେହି ତିନି ଜଣ ?

Yuvraj Singh

ଯୁବରାଜ ସିଂ : ଏକ ନାମୀଦାମୀ ଖେଳାଳି ଭାବେ ଯୁବରାଜ ସିଂ ସମସ୍ତଙ୍କ ନିକଟରେ ବେଶ୍ ପରିଚିତ । ଲୋକେ ବି ବେଶ୍ ପସନ୍ଦ କରନ୍ତି ତାଙ୍କୁ । ତେବେ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଯୁବରାଜ ପ୍ରତିଦିନ ମଦ୍ୟ ପାନ କରନ୍ତି । ଏପରିକି ଏକ ଇଣ୍ଟରଭିୟୁରେ ତାଙ୍କ ଭାଉଜ ଆକାଂକ୍ଷା ଶର୍ମା ଏହି କଥା କହିଥିଲେ ।

Binod kambli

ବିନୋଦ କାମ୍ବୋଲି : ଦିନ ଥିଲା କାମ୍ବୋଲିଙ୍କୁ ସଚିନ୍ ତେନ୍ଦୂଲକର୍ ଙ୍କ ସହ ତୁଳନା କରା ଯାଉଥିଲା । କିନ୍ତୁ ତାଙ୍କର କିଛି ଖରାପ୍ ଅଭ୍ୟାସ ତାଙ୍କ କ୍ୟାରିଅର କୁ ସମ୍ପୂର୍ଣ ବର୍ବାଦ କରିଦେଇଥିଲା । ଏପରିକି ସେ ନିଜେ ମଧ୍ୟ ଅନେକ ଥର ନିଜର ମଦ୍ୟପାନ କରିବାର ଖରାପ୍ ଅଭ୍ୟାସ କୁ ସ୍ଵୀକାର କରିଛନ୍ତି । 

Ravi Shastri

ରବି ଶାସ୍ତ୍ରୀ : ଅନେକ ସମୟରେ ସୋସିଆଲ ମିଡିଆରେ ରବି ଶାସ୍ତ୍ରୀଙ୍କର ମଦ ପିଉଥିବାର ଫଟୋ ଭାଇରାଲ ହୋଇଛି । କୁହାଯାଏ ସେ ଦିନେ ମଦ ନ ପିଇଲେ ରହି ପାରନ୍ତି ନାହିଁ । ସେ ନାମିଦାମୀ ମଦର ବେଶ୍ ସୌଖିନ ଅଟନ୍ତି ।