IPL ରେ ବିଫଳତା ପରେ ବିଶ୍ୱକପ ଦଳରୁ ବିଦା ହୋଇପାରନ୍ତି ଏହି ୩ ଖେଳାଳି, ବଦଳିପାରେ ଭାରତର ଟି-୨୦ ଦଳ….

 
T20 worldcup 2021

ଚଳିତ ମାସ ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାୟତଃ ସମସ୍ତ ଦେଶ ନିଜ ନିଜର ଦଳ ଘୋଷଣା କରି ସାରିଲେଣି। ଏହାରି ମଧ୍ୟରେ ସେପ୍ଟେମ୍ବର ୮ ତାରିଖରୁ ଭାରତ ଏକ ଶକ୍ତିଶାଳୀ ଦଳ ଚୟନ କରି ସାରିଛି। ତେବେ, ୟୁଏଇ ଠାରେ ହିଁ ଆଇପିଏଲର ଦ୍ଵିତୀୟ ଚରଣ ଖେଳ ଚାଲୁ ରହିଥିବା ବେଳେ କିଛି ଖେଳାଳିଙ୍କର ପ୍ରଦର୍ଶନ ସନ୍ତୋଷଜନକ ରହିନାହିଁ। ଆଇସିସିର ନିୟମ ଅନୁଯାୟୀ, ଅକ୍ଟୋବର ୧୦ ସୁଦ୍ଧା ସମସ୍ତ ଦେଶ ନିଜ ନିଜ ଦଳରେ ପରିବର୍ତ୍ତନ କରିପାରିବେ। ତେଣୁ, ଭାରତୀୟ ଦଳରେ ମଧ୍ୟ କିଛି ପରିବର୍ତ୍ତନର ଆଶଙ୍କା ସୃଷ୍ଟି ହୋଇଛି।

୧. ହାର୍ଦିକ ପାଣ୍ଡ୍ୟା:- କିଛି ବର୍ଷ ହେବ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର୍ ରହି ଆସିଥିବା ହାର୍ଦିକ ପାଣ୍ଡ୍ୟା ଏବଂ ନିଜ ଫର୍ମ ଫେରି ପାଇବା ପାଇଁ ସଂଘର୍ଷ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଘାତ ସମସ୍ୟା ହେତୁ ହାର୍ଦିକ ମ୍ୟାଚରେ ବୋଲିଂ କରୁନାହାନ୍ତି। ତେଣୁ, ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Hardik pandya

୨. ଭୁବନେଶ୍ୱର କୁମାର:- ଚଳିତ ଆଇପିଏଲରେ ଭାରତର ୧ ନଂ ପେସ୍ ବୋଲର ଭୁବନେଶ୍ବର କୁମାରଙ୍କ ପ୍ରଦର୍ଶନ ମଧ୍ୟ ସେତେଟା ଭଲ ରହିନାହିଁ। ତେଣୁ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Bhubaneswar kumar

୩. ସୂର୍ଯ୍ୟକୁମାର ଯାଦବ:- ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି। କିନ୍ତୁ, ସେ ଆଇପିଏଲର ଦ୍ଵିତୀୟ ଚରଣରେ ବାରମ୍ବାର ବିଫଳ ହେଉଥିବାରୁ ତାଙ୍କ ସ୍ଥାନରେ ଶ୍ରେୟାସ ଆୟର କିମ୍ବା ଶିଖର ଧବନଙ୍କୁ ସୁଯୋଗ ମିଳିପାରେ।

Surya kumar yadav