ଶେଷ ଟେଷ୍ଟରେ ରୋହିତ ଶର୍ମାଙ୍କୁ କାହିଁକି ଖେଳାଗଲାନି ତା’ର ପ୍ରକୃତ କାରଣ ଏବେ ଜଣାପଡିଲା

 
Rohit Sharma

ଅଷ୍ଟ୍ରେଲିଆର ସିଡନୀରେ ଖେଳା ଯାଉଛି ବର୍ଡର-ଗାଭାସ୍କରର ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ। ହେଲେ ଏହି ମ୍ୟାଚରେ ଖେଳୁ ନାହାଁନ୍ତି ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା। ଖରାପ ଫର୍ମ ପାଇଁ ତାଙ୍କୁ ବାଦ ଦିଆଯାଇଥିବା ବେଳେ ବିଶ୍ରାମ ଦିଆଯାଇଛି ବୋଲି କୁହାଯାଉଛି। ତେବେ ଶେଷ ଟେଷ୍ଟରେ ରୋହିତ ଶର୍ମା ଦଳରୁ ବାଦ ପଡ଼ିବା ପରେ ସେ ହୁଏତ ଟେଷ୍ଟ କ୍ରିକେଟରୁ ବିଦାୟ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରୋହିତକୁ ବାଦ ଦେଇଥିବାରୁ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଅନେକ କ୍ରିକେଟ ପ୍ରେମୀ ଦାୟୀ କରୁଛନ୍ତି। ରିପୋର୍ଟ ଅନୁସାରେ ସିଡନୀରେ ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଯେତେବେଳେ ଶେଷଥର ପାଇଁ ଅଭ୍ୟାସ କରୁଥିଲା। 

ସେହି ସମୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଳି ମାନଙ୍କ ସହିତ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗ୍ରକର୍କ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ସହକାରୀ କୋଚ୍ ଏବଂ ସପୋର୍ଟ ଷ୍ଟାଫ ମାନେ ମଧ୍ୟ ଉପସ୍ଥିତ ଥିଲେ। ସେହି ସମୟରେ ରୋହିତ ଶର୍ମା ଓ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ କୌଣସି ପ୍ରକାର ତାଳ ମେଳ ନଥିବା ଭଳି ପରିସ୍ଥିତି ସୃଷ୍ଟି ହେଇଥିଲା। କାରଣ ପୂର୍ବରୁ ରୋହିତ ଶର୍ମା ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ବୋଲି ସଂକେତ ମିଳି ସାରିଥିଲା। 

Rohit gambhir

ଅନ୍ୟଏକ ଖବରରେ ଦେଖିବାକୁ ମିଳିଥିଲା ରୋହିତ ଶର୍ମା କିଭଳି ଅତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏବଂ ଗତ ତିନୋଟି ଟେଷ୍ଟ ସିରିଜର ୧୫ଟି ଇନିଙ୍ଗସ ଖେଳି ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ଏ ଯାଏଁ ତିନୋଟି ଟେଷ୍ଟ ଖେଳିଥିବା ରୋହିତ ୬ ବ୍ୟାଟିଂ ଆଭରେଜରେ ମୋଟ ୩୧ ରନ କରିଛନ୍ତି। ତେବେ ଏସବୁ ପରେ ମଧ୍ୟ ତାଙ୍କୁ ଦଳରୁ ବାଦ ନେବାର ଶେଷ ନିଷ୍ପତି ନିଆଯାଇନଥିଲା। କିନ୍ତୁ ଗୁରୁବାର ଶେଷ ଟ୍ରେନିଙ୍ଗ ସେକ୍ସନରେ ହିଁ ସବୁକିଛି ନିଷ୍ପତି ହେଇଥିଲା। କାରଣ ଅଭ୍ୟାସ ବେଳେ ରୋହିତ ବଲକୁ ଠିକ ଭାବେ କନେକ୍ଟ କରିବାରେ ବିଫଳ ହେଉଥିଲେ। 

ଫିଲ୍ଡିଂ କୋଚ୍ ଟି. ଦିଲ୍ଲୀପଙ୍କ ଥ୍ରୋ ଡାଉନକୁ ମିସ କରି ସେ ବୋଲ୍ଡ ମଧ୍ୟ ହେଇଥିଲେ। ସେ ବଲକୁ ମିଟ କରିବାରେ ବିଳମ୍ବ କରିଥିବା ସେ ସ୍ପଷ୍ଟ ଭାବେ ଦେଖାଯାଉଥିଲା। ସବୁଠାରୁ ବଡକଥା ହେଉଛି ରୋହିତଙ୍କ ସାଇଡ ନେଟ୍ସରେ ଯୁବ ବ୍ୟାଟର ନୀତିଶ କୁମାର ରେଡ୍ଡୀ ଅଭ୍ୟାସ କରୁଥିଲେ। ନୀତିଶ ବଲକୁ ବ୍ୟାଟରେ ମିଡଲ କରୁଥିବା ବେଳେ ରୋହିତ କିନ୍ତୁ ବଲକୁ ବାରମ୍ବାର ମିସ କରୁଥିଲେ। ମୁଖ୍ୟ କୋଚ ଗମ୍ଭୀର ନୀତିଶ କୁମାରଙ୍କ ନେଟ ପାଖରେ ଛିଡ଼ା ହେଇ ତାଙ୍କୁ ଭଲ ଭାବରେ ନିରୀକ୍ଷଣ କରୁଥିଲେ। 

ରୋହିତ ଅଭ୍ୟାସ କରିସାରିବା ପରେ ବୁମ୍ରା ଓ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର୍ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଗମ୍ଭୀର ନେଟ୍ସରେ ହିଁ ଉପସ୍ଥିତ ରହିଥିଲେ। ଏହାପରେ ଯେଉଁ ମିଟିଂ ହେଇଥିଲା ସେଠାରେ ହିଁ ରୋହିତ ପଞ୍ଚମ ଟେଷ୍ଟରେ ବିଶ୍ରାମ ନେବେ ବୋଲି ନିଷ୍ପତି ହେଇଥିଲା। ମିଟିଂର ୪୫ ମିନିଟରୁ ଘଣ୍ଟାଏ ପରେ ଅଧିକାଂଶ ଖେଳାଳି ନେଟ ଅଞ୍ଚଳରେ ଲାଗିଥିବା ପ୍ରସ୍ଥାନ ଦ୍ୱାରା ଦେଇ ବସ ପାଖକୁ ଆସିଥିଲେ। 

କିନ୍ତୁ ରୋହିତ ଟିମ୍ ସହିତ ଆସିନଥିଲେ ସେ ଅନ୍ୟ ଏକ ଗେଟ ପେଟ ବାହାରକୁ ଆସିବା ସହ ବସରେ ବସିଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ବଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହେଇଯାଇଛି ବୋଲି ଚର୍ଚ୍ଚା ହେଉଛି। କାରଣ ରୋହିତଙ୍କୁ ଏବେ ୩୭ ବର୍ଷ ଆଉ ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ୍ ପ୍ରାୟ ୫ ମାସ ପରେ ଖେଳାଯିବ। ତେଣୁ ରୋହିତ ଆଉ ଭାରତ ପାଇଁ ଟେଷ୍ଟ ଖେଳିବାର ସମ୍ଭାବନା ନାହିଁ କହିଲେ ଚଳିବ।