ଭାରତ କ୍ରିକେଟକୁ ମିଳିଗଲା ନୂଆ ମହେନ୍ଦ୍ର ସିଂ ଧୋନୀ, ଧୋନୀଙ୍କ ଭଳି କରୁଛନ୍ତି ମ୍ୟାଚ୍ ଫିନିସ୍, ଜାଣନ୍ତୁ ପୁରା ଖବର

 
Rinku singh

ଭାରତୀୟ କ୍ରିକେଟ ଟିମ୍ କୁ ମିଳିଛି ଆଉ ଏକ ମହେନ୍ଦ୍ର ସିଂହ ଧୋନି । ଧୋନି ରିଟାର୍ଡ ନେବା ପର ଠାରୁ ଭାରତୀୟ କ୍ରିକେଟ ଟିମ୍ ରେ ଅନେକ ଦିନ ଧରି ଖାଲି ପଡ଼ିଥିଲା ଏକ ମାଷ୍ଟର ମାଇଣ୍ଡ ଲିଡରର ସ୍ଥାନ ।

ଲୋକ ମାନଙ୍କ ମନରେ ଅନ୍ୟ ଖେଳାଳିଙ୍କ ତୁଳନାରେ ଧୋନିଙ୍କୁ ନେଇ ଅଧିକ ଆଶା ଓ ଭରଷା ରହିଥାଏ । ଧୋନି ହେଉଛନ୍ତି ଏଭଳି ଏକ ଖେଳାଳୀ ଯିଏ ଶେଷ ମୁହୂର୍ତ୍ତରେ ବି ଖେଳର ରୂପରେଖ ବଦଳେଇ ଦେଇ ପାରନ୍ତି । 

ଘୁ

ସେହିପରି କିଛି ଘଟଣା ଦେଖିବାକୁ ମିଳିଥିଲା ଟି ୨୦ ମ୍ୟାଚ୍ ରେ । ସେଠାରେ ଧୋନିଙ୍କ ଭଳି ଲିଡରସିପ୍ କ୍ୱାଲିଟି ଦେଖିବାକୁ ମିଳିଥିଲା ରୀଙ୍କୁ ସିଂଙ୍କ ଠାରେ । ୫ଟି ମ୍ୟାଚ୍ ବିଶିଷ୍ଟ ଏହି ଟି ୨୦ ମ୍ୟାଚ୍ ର ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା ବିଶାଖାପଟନମ ଷ୍ଟାଡିୟମ୍ ରେ । ଯେଉଁଠାରେ ଭାରତ ୨୦୦ରୁ ଅଧିକ ରନ୍ କରି ହରାଇ ଥିଲା ଅଷ୍ଟ୍ରେଲିଆକୁ । 

ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତ ପାଇଁ ଟି ୨୦ ଏକ ନୂଆ ସୁଯୋଗ ଥିଲା ଅଷ୍ଟ୍ରେଲିଆ ବିପକ୍ଷରେ। ହେଲେ ଖେଳ ଶେଷ ଯାଏଁ ମଧ୍ୟ ଏହା ବିଫଳ ବୋଲି ମନେ ହେଉଥିଲା । କାରଣ ଅଷ୍ଟ୍ରେଲିଆ ଭାରତର ଗୋଟିଏ ପରେ ଗୋଟିଏ ଏପରି ୫ ଉଇକେଟ୍ ନେଇ ସାରିଥିଲା । ଶେଷ ପର୍ଯ୍ୟାୟରେ ଭାରତକୁ ୧୪ ବଲ୍ ରେ ୨୨ ରନ୍ ର ଆବଶ୍ୟକତା ଥିଲା ।

Rinku singh

ଏହି ୧୪ଟି ବଲ୍ ଖେଳିଥିଲେ ରିଙ୍କୁ ସିଂ । ଧୋନିଙ୍କ ଭଳି ଲୋୱର୍ ଅର୍ଡର୍ ରେ ସେ ଗୋଟିଏ ପରେ ଗୋଟିଏ ରନ୍ ହାସଲ୍ କରୁଥିଲେ । ଶେଷରେ ୪ଟି ବଲ୍ ରେ ୪ଟି ଚୌକା ମାରି ଦଳକୁ ଜୀତାଇ ଥିଲେ ରିଙ୍କୁ । ଯାହା କେହି କେବେ ଭାବି ନ ଥିଲେ । ଦ୍ଵିତୀୟ ଟି ୨୦ ରେ ମଧ୍ୟ ରିଙ୍କୁ ସିଂ ୯ ବଲ୍ ଧୁଆଁଧାର୍ ୩୧ ରନ୍ ପାଳି ଖେଳିଛନ୍ତି।