କୋହିଲିଙ୍କ ଖେଳ ଖରାପ କରିବା ପାଇଁ ଅଷ୍ଟ୍ରେଲିଆରୁ ଆସିଥିଲା ଏହି ବ୍ୟକ୍ତି! ଗିରଫ ପରେ ସାମ୍ନାକୁ ଆସିଲା ସତ, ଜାଣନ୍ତୁ ପୁରା ଖବର

 
Virat Kohli fans

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ଵ କପ୍ ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ କଡ଼ା ସୁରକ୍ଷାକୁ ଭେଦି ମ୍ୟାଚ୍ ମଇଦାନରେ ପଶି ବିରାଟ କୋହଲୀଙ୍କୁ ପଛରୁ ଜାବୁଡ଼ି ଧରିବାର ଦୃଶ୍ୟ ତ ଆପଣ ମାନେ ଦେଖିଥିବେ । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ଚାଲିଥିବା ବେଳେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ ବିଷୟ ଥିଲା ସୁରକ୍ଷା । କାରଣ ମ୍ୟାଚ୍ ଦେଖିବା ପାଇଁ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Palestine

ହେଲେ ଆଶ୍ଚର୍ଯ୍ୟର କଥା ଏତେ କଡ଼ା ସୁରକ୍ଷା ଭିତରେ ମଧ୍ୟ ଏହି ଯୁବକ ଜଣକ ଫିଲ୍ଡ ଭିତରେ ପଶି ବିରାଟ କୋହଲିଙ୍କୁ ପଛରୁ ଜାବୁଡ଼ି ଧରିବାରେ ସକ୍ଷମ ହେଲେ କିପରି ? ଏହି ଯୁବକ ଜଣକ କିଏ ଓ ସେ ଏପରି କାହିଁକି କଲେ । ତାର ଉଦ୍ଦେଶ୍ୟ କିଛି ମନ୍ଦ ନ ଥିଲା ତ ?

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯୁବକଟିର ଏପରି କାମ ପାଇଁ ପୋଲିସ୍ ତାକୁ ସଙ୍ଗେ ସଙ୍ଗେ ଗିରଫ କରି ଚାନ୍ଦଖେଡା ଥାନାକୁ ନେଇ ଯାଇଥିଲା । ଧାରା ୩୩୨ ଓ ୪୪୭ ଅନୁସାରେ ଯୁବକ ଜଣଙ୍କୁ ଗିରଫ କରା ଯାଇଥିଲା ।

ଥାନାରେ ପୋଲିସ ଯୁବକ ଜଣଙ୍କର ଜେରା କରିବା ପରେ ସବୁ ସତ ମାନିଥିଲା ଯୁବକ ଜଣକ । ସେ କହିଥିଲା ମୁଁ ଜଣେ ପ୍ରାଙ୍କ ଷ୍ଟାର । ମୁଁ ଅଷ୍ଟ୍ରେଲିଆର ନାଗରିକ । ବିରାଟଙ୍କ ଜଣେ ବଡ ପ୍ରଶଂସକ । ତାଙ୍କୁ ଭେଟିବା ପାଇଁ ମୁଁ ଷ୍ଟାଡିୟମ୍ ଭିତରେ ପ୍ରବେଶ କରିଥିଲି । ମୁଁ ପାଲେଷ୍ଟାଇନକୁ ବି ସମର୍ଥନ କରେ । ତେଣୁ ମୁଁ ଏପରି ପୋଷାକ ପିନ୍ଧିଥିଲି । ଏହା ପୂର୍ବରୁ ମଧ୍ୟ ମୋର ଏପରି କାର୍ଯ୍ୟ କରି ଗିରଫ ହୋଇଛି ।

Man enter to meet Virat Kohli

ତାଙ୍କୁ ଗୁଜରାଟ ପୋଲିସ କର୍ମଚାରୀ ନିୟନ୍ତ୍ରଣ କରି ଅହମ୍ମଦାବାଦର ଚାନ୍ଦଖେଡା ପୋଲିସ ଷ୍ଟେଶନକୁ ନେଇଥିଲେ। ତେବେ ସୋମବାର ତାଙ୍କୁ ଗାନ୍ଧିନଗର ସେସନ କୋର୍ଟରେ ହାଜର କରାଯାଇଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ସମୟରେ ଏହି ବ୍ୟକ୍ତି ପାଲେଷ୍ଟାଇନ ସମର୍ଥନରେ ଠିଆ ହୋଇଥିବା ଦେଖାଯାଇଥିଲା। ବ୍ୟକ୍ତି ଜଣକ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ଟି-ସାର୍ଟ ମଧ୍ୟ ପିନ୍ଧିଥିଲେ।