ବିଶ୍ୱକପ୍ରେ ପାକିସ୍ତାନର ଲଗାତର ପରାଜୟ ପଛର ପ୍ରମୁଖ କାରଣ ଏବେ ସାମ୍ନାକୁ ଆସିଛି, ଏଥିପାଇଁ ହାରୁଛି ପାକିସ୍ତାନ

ସାମ୍ନାକୁ ଆସିଲା ପାକିସ୍ତାନ ଟିମର ଅସଲି ସତ । ଜଣା ପଡିଲା କାହିଁକି ବାରମ୍ବାର ମ୍ୟାଚରେ ହାରୁଛି ଦଳ । ସବୁ କଥାର ଖୁଲାସା କଲେ ଦଳର ଅଧିନାୟକ । ୧୯୯୨ ମସିହାର ଚମ୍ପିୟାନ ଦଳର ପ୍ରଦର୍ଶନ ହଠାତ୍ ଏପରି ଖରାପ୍ ହୋଇଜିବା ଟା ଏତେ ସହଜ କଥା ନୁହେଁ । ତେବେ ଏ ନେଇ ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି ।
ଏ ପର୍ଯ୍ୟନ୍ତ ଦଳ ପ୍ରାୟ ୬ ଟି ମ୍ୟାଚ୍ ଖେଳିଥିବା ବେଳେ , ୪ଟି ମ୍ୟାଚରେ ପରାସ୍ତ ହୋଇ ସାରିଛି ପାକିସ୍ତାନ କ୍ରିକେଟ ଟିମ୍ । ଏପରିକି ଗତ କାଲି ଦକ୍ଷିଣ ଆଫ୍ରିକା ସହିତ ଖେଳା ଯାଇଥିବା ମ୍ୟାଚରେ ମାତ୍ର ଗୋଟିଏ ରନରେ ହାରିଛି ପାକିସ୍ତାନ । ଏ ନେଇ ସମସ୍ତେ ଦଳ ଉପରେ ବିରକ୍ତ ହେଉଥିବା ବେଳେ ସତ କଣ କହିଛନ୍ତି ପୂର୍ବତନ ଅଧିନାୟକ ରସିଦ୍ ।
ରସିଦ କହିଛନ୍ତି ୫ ମାସ ହେଲା ପାକିସ୍ତାନ କ୍ରିକେଟରଙ୍କୁ ଦରମା ଦେଇ ନାହିଁ ପାକିସ୍ତାନ କ୍ରିକେଟ ବୋର୍ଡ । ଦଳର ଅଧିନାୟକ ବାବର୍ ଏ ନେଇ ପିସିବି ଅଧକ୍ଷଙ୍କୁ ବାରମ୍ବାର ମେସେଜ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରି ନାହିଁ ଦଳକୁ । ପିଶିବି ଏପରି କାହିଁକି କରୁଛି ଓ କେତେ ସେ ଦରମା ଦେବ ଏହି ଭାବନାରେ ବର୍ତ୍ତମାନ ରହିଛନ୍ତି ପାକିସ୍ତାନୀ କ୍ରିକେଟର ।
ଯେଉଁଥି ପାଇଁ ସେମାନେ ତାଙ୍କର ସମ୍ପୂର୍ଣ ଧ୍ୟାନ ଖେଳରେ ଦେଇ ପାରୁ ନାହାଁନ୍ତି । ବର୍ତ୍ତମାନ ଦଳର ଅବସ୍ଥା ମଧ୍ୟ ସମ୍ପୂର୍ଣ ଖରାପ୍ ରହୁଛି । ସ୍କୋର ପଏଣ୍ଟ ରେ ଦଳ ୬ଷ୍ଠ ତମ ସ୍ଥାନରେ ରହିଛି । ଯେଉଁଥିପାଇଁ ଦଳ ସେମି ଫାଇନାଲ ମଧ୍ୟ ଖେଳି ପାରିବ ନାହିଁ ।
ହେଲେ ସମସ୍ତେ ଏ ନେଇ ଦଳର ଖେଳାଳିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଏହାର ସତ୍ୟତା ସମସ୍ତଙ୍କ ପାଖରେ ସ୍ପଷ୍ଟ କରିଛନ୍ତି ପୂର୍ବତନ ଅଧିନାୟକ ରସିଦ ।