ଦେଖନ୍ତୁ ଭିଡ଼ିଓ: ଫୁଟବଲରେ ନିଜର କୌଶଳ ଦେଖାଇଲେ ବିରାଟ କୋହଲି, କୋହଲିଙ୍କ ଫ୍ରି କିକ୍ ଦେଖି ଆପଣ ମଧ୍ୟ ହେବେ ତାଯୁବ 

 
First kohli football skills

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କ୍ରିକେଟ ଖେଳିବା ସହ ଅନ୍ୟ ଖେଳ ଯେପରିକି ଫୁଟବଲ୍ ଖେଳିବାକୁ ନେଇ ବେଶ୍ ଜଣାଶୁଣା। କିନ୍ତୁ ଏକ କ୍ରସ୍ ବାର୍ ଚ୍ୟାଲେଞ୍ଜକୁ ଗ୍ରହଣ କରି ସେ ଫୁଟବଲ ଖେଳରେ ମଧ୍ୟ ପାରଙ୍ଗମ ବୋଲି ନିଜ ପ୍ରଶଂସକ ମାନଙ୍କୁ ଜଣାଇ ଦେଇଛନ୍ତି। ଏଭଳି ଏକ ଖବର ସେତେବେଳେ ଚର୍ଚ୍ଚା କୁ ଆସିଥିଲା ଯେବେ କୋହଲି ଫୁଟବଲ ଖେଳୁଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

୩୨ ବର୍ଷୀୟ ବିରାଟ କୋହଲି ବର୍ତ୍ତମାନ ଇଂଲଣ୍ଡ ଗସ୍ତ ପୂର୍ବରୁ ବାୟୋ ବବଲ ଭିତରେ ଥିବା ବେଳେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ କୋହଲି ଫ୍ରି କିକ୍ ରେ ଏକ ସଟ୍ ମାରୁଥିବାର ଦେଖିବାକୁ ମିଳୁଛି, ଏହି ଫ୍ରି କିକ୍ ସଟ୍ କ୍ରସ୍ ବାର୍ ଉପରେ ବାଜିଥିଲା ଏହା ଦେଖି କୋହଲି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


ବିରାଟ ଏହି ଭିଡିଓ ପୋଷ୍ଟ କରି କ୍ୟାପସନରେ 'ଆକ୍ସିଡେଣ୍ଟାଲ୍ କ୍ରସ୍ ବାର୍ ଚ୍ୟାଲେଞ୍ଜ' ଲେଖିବା ସହ ଏକ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରିଥିଲେ। ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଧ୍ୟ ବିରାଟଙ୍କ ଏହି ଭିଡିଓ ଉପରେ ଏକ ମଜାଳିଆ ପ୍ରତିକ୍ରିୟା ପ୍ରକାଶ କରିବା ସହ, ସେ କୋହଲିଙ୍କୁ ଫୁଟବଲ ଶିଖାଇଥିବାରୁ ତାଙ୍କୁ ନିଜର ପାଉଣା ମାଗିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିରାଟ କୋହଲି ଇଣ୍ଡିଆନ୍ ସୁପର ଲିଗ୍ ରେ ଖେଉଥିବା (ଏଫସି ଗୋଆ) ଦଳର ସହ-ମାଲିକ ଅଟନ୍ତି। ଏହି ଫୁଟବଲ କ୍ଲବରେ ତାଙ୍କର ୧୨ ପ୍ରତିଶତ ଅଂଶଧନ ରହିଛି।