ଟି-୨୦ ଫର୍ମାଟରେ ଦ୍ୱିଶତକ ହାସଲ କରି ଇତିହାସ ରଚିଲେ ଏହି ଭାରତୀୟ ଖେଳାଳି ! ମାତ୍ର ୭୯ ବଲ୍ ରେ ସ୍ଥାପନ କରିଲେ ବିଶ୍ୱ ରେକର୍ଡ….

 
200 t20

କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ୍ ଟି-୨୦ କ୍ରିକେଟରେ ଦ୍ବିଶତକ ଅର୍ଜନ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଦିଲ୍ଲୀର ସୁବୋଧ ଭାଟି। ସୁବୋଧ ଦିଲ୍ଲୀ ରଣଜୀ ଦଳ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥାନ୍ତି। ତେବେ ଏଠାରେ ଚାଲିଥିବା ଏକ କ୍ଲବ କ୍ରିକେଟ ମ୍ୟାଚରେ ଦିଲ୍ଲୀ ଇଲେଭେନ୍ ତରଫରୁ ଖେଳୁଥିବା ସୁବୋଧ ଶିମ୍ବା କ୍ରିକେଟ ଟିମ ବିପକ୍ଷରେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିବା ସୁବୋଧ ମାତ୍ର ୭୯ ବଳରେ ୨୦୫ ରନ୍ ସଂଗ୍ରହ କରିଥିଲେ ଯେଉଁଥିରେ ୧୭ ଟି ଚୌକା ଏବଂ ୧୭ଟି ବିଶାଳ ଛକ୍କା ସାମିଲ ଥିଲା।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଇଲେଭେନ୍ ସୁବୋଧଙ୍କ ଚମତ୍କାର ଇନିଂସ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨୫୬ ରନ କରିପାରିଥିଲା ଯେଉଁଥିରୁ ସୁବୋଧ ଏକା ୨୦୫ ରନ ସ୍କୋର କରିଥିଲେ। ସୁବୋଧଙ୍କର ଏହି ରେକର୍ଡ ଇନିଂସ ପରେ ସବୁଆଡ଼ୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି। ଏହି ଇନିଂସ ପରେ IPL ରେ ତାଙ୍କ ଉପରେ ବିଭିନ୍ନ ଟିମ୍ ର ନଜ଼ର ରହିବ ବୋଲି ଆଶା କରାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଏକ ଟି-୨୦ ଇନିଂସରେ ସର୍ବାଧିକ ସ୍କୋର କରିବାର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ରହିଥିଲା। ସେ IPL ରେ ପୁନେ ୱାରିଅର୍ସ ଇଣ୍ଡିଆ ବିପକ୍ଷରେ ମାତ୍ର ୬୬ ବଲରେ ୧୭୫ ରନ ସଂଗ୍ରହ କରିଥିଲେ।