IPL 2021: RR ଫ୍ୟାନଙ୍କ ପାଇଁ ଖୁସି ଖବର, ବେନ୍ ଷ୍ଟୋକସ୍ ଙ୍କ ବଦଳରେ ରାଜସ୍ଥାନ ଦଳରେ ଯୋଗ ଦେବେ ଏହି ଷ୍ଟାର ଖେଳାଳି !

 
IPL 2021: RR ଫ୍ୟାନଙ୍କ ପାଇଁ ଖୁସି ଖବର, ବେନ୍ ଷ୍ଟୋକସ୍ ଙ୍କ ବଦଳରେ ରାଜସ୍ଥାନ ଦଳରେ ଯୋଗ ଦେବେ ଏହି ଷ୍ଟାର ଖେଳାଳି !

ବର୍ତ୍ତମାନ ଅଇପିଏଲ୍ ୨୦୨୧ ର ପ୍ରଥମ ଚରଣ ଚାଲିଥିବା ବେଳେ କିନ୍ତୁ ଏହି ବର୍ଷର ଅଇପିଏଲ୍ ର ପ୍ରାରମ୍ଭ ରାଜସ୍ଥାନ ରାୟଲସ୍ ପାଇଁ ଭଲ ରହିନାହିଁ। ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭ ରୁ ହିଁ ରାଜସ୍ଥାନ ନିଜର ଷ୍ଟାର ଅଲରାଉଣ୍ଡର୍ ବେନ୍ ଷ୍ଟୋକସ୍ ଙ୍କୁ ଆଘାତ ଜନିତ ସମସ୍ୟା ଯୋଗୁ ହରାଇଥିଲା। ସେହିପରି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଷ୍ଟାର ବୋଲର ଜୋଫ୍ରା ଅର୍ଚର ଏବଂ ଏବେ ପୁଣି ବ୍ୟାଟ୍ସମାନ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ବିଭିନ୍ନ କାରଣରୁ ଆଇପିଏଲ୍ ରୁ ଓହରି ଯାଇଛନ୍ତି।

ତେବେ ଏତେ ସମସ୍ୟା ଭିତରେ ରାଜସ୍ଥାନ ପାଇଁ ଖୁବ୍ ଶୀଘ୍ର ଏକ ଖୁସି ଖବର ଆସୁଥିବା ସୂଚନା ମିଳିଛି। ଏକ ରିପୋର୍ଟ ମୁତାବକ ବେନ୍ ଷ୍ଟୋକସ୍ ଙ୍କ ବଦଳ ଖେଳାଳି ଭାବରେ ଦକ୍ଷିଣ ଆଫ୍ରିକାର ରାସି ଭ୍ୟାନ୍ ଡେର୍ ଡୁସେନ୍ ରାଜସ୍ଥାନ ଟିମ୍ ର ଅଂଶ ହେବାକୁ ଯାଉଛନ୍ତି। 

ଏହି ବର୍ଷ ଖେଳାଳି ନିଲାମ ରେ ଦୁସେନ୍ ଙ୍କୁ କୌଣସି ଟିମ୍ କିଣି ନଥିଲା କିନ୍ତୁ ବର୍ତ୍ତମାନ ସେ ଇଂଜୁରୀ ରିପ୍ଲେସମେଣ୍ଟ ଭାବରେ ଆଇପିଏଲ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ଦୂତୀୟ ଚରଣ ରେ ଖେଳିବାର ଆଶା ରଖିଥିବା ଜୋଫ୍ରା ଆର୍ଚର ମଧ୍ୟ ସମ୍ପୂର୍ଣ୍ଣ ଅଇପିଏଲ୍ ରୁ ବାଦ୍ ପଡିଥିବା ଖବର ଜାଣିବାକୁ ମିଳିଛି।