ରାଜସ୍ଥାନ ବିପକ୍ଷ ମ୍ୟାଚରେ ଶତକ ହାସଲ କଲେ ପାଡ଼ିକ୍କାଲ, ଆଉ ସୋସିଆଲ ମିଡ଼ିଆରେ ସାମସନ୍ ଙ୍କ ଉଡିଲା ମଜାକ୍

 
ରାଜସ୍ଥାନ ବିପକ୍ଷ ମ୍ୟାଚରେ ଶତକ ହାସଲ କଲେ ପାଡ଼ିକ୍କାଲ, ଆଉ ସୋସିଆଲ ମିଡ଼ିଆରେ ସାମସନ୍ ଙ୍କ ଉଡିଲା ମଜାକ୍

ଆଇପିଏଲ ୨୦୨୧ ର ୧୬ ତମ ମ୍ୟାଚ୍ ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୭ ରନ୍ ସଂଗ୍ରହ କରିଥିଲା। ତେବେ ବାଙ୍ଗାଲୋର ଏହି ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଥିଲା। 

ଏହି ମ୍ୟାଚରେ ହାରିବା ପରେ ସଞ୍ଜୁ ସାମସନଙ୍କୁ ପ୍ରଶଂସକମାନେ ଟ୍ରୋଲ କରିଥିବା ବେଳେ ଅନ୍ୟପକ୍ଷରେ ମ୍ୟାଚରେ ଶତକ ଅର୍ଜନ କରିଥିବା ଦେବଦତ୍ତ ପାଡ଼ିକ୍କାଲଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ମିଳିଥିଲା।

ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଶିବମ୍ ଦୁବେଙ୍କ ୪୬ ରନ୍ ଏବଂ ରାହୁଲ ତେୱାଟିଆଙ୍କ ୪୦ ରନ୍ ବଳରେ   ୨୦ ଓଭରରେ ୧୭୭ ରନ୍ ସଂଗ୍ରହ କରିଥିଲା।

ତେବେ ଏହାର ପିଛା କରି ଯୁବ ଦେବଦତ୍ତ ପାଦିକଲଙ୍କ ୧୦୧ ରନ୍ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୭୨ ରନ ସହାୟତା ରେ ବାଙ୍ଗାଲୋରର ଦଳ ୧୦ ୱିକେଟ୍ ରେ ମ୍ୟାଚ୍ ଜିତି ନେଇଥିଲା। ତେବେ ଏହା ପରେ ସଞ୍ଜୁ ସାମସନଙ୍କୁ ପ୍ରଶଂସକମାନେ ଟ୍ରୋଲ କରିଥିବା ବେଳେ ଦେବଦତ୍ତ ପାଦିକ୍କାଲଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା।