ବିବାହ କଲେ ଭାରତୀୟ କ୍ରିକେଟର ଶିଭମ ଦୁବେ, ମୁସଲିମ ଝିଅ କୁ ବାହାହେଲେ କିନ୍ତୁ କରିଦେଲେ ଏମିତି ଯେ ଲୋକେ ହେଲେ କ୍ରୋଧିତ

 
Shivam dube marriage

ଭାରତୀୟ କ୍ରିକେଟ ଦଳର ୟଙ୍ଗଷ୍ଟାର୍ ଅଲରାଉଣ୍ଡର ଶିଭମ ଦୁବେ ବିବାହ କରି ନିଜ ବ୍ୟକ୍ତିଗତ ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଭାରତ ପାଇଁ ଏପର୍ଯ୍ୟନ୍ତ ଗୋଟିଏ ଏକଦିବସୀୟ ଏବଂ ୧୩ ଟି ଟି-୨୦ ମ୍ୟାଚ ଖେଳି ସାରିଥିବା ଶିଭମ ଗତ ୧୬ ତାରିଖ ଶୁକ୍ରବାର ଦିନ ବାନ୍ଧବୀ ଆଞ୍ଜୁମ ଖାଁଙ୍କୁ ବିବାହ କରିଛନ୍ତି।


ଶିଭମ ନିଜ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଟ୍ୱିଟ କରି ଜଣାଇବା ସହ ବିବାହର କିଛି ଫୋଟୋ ମଧ୍ୟ ସେୟାର କରିଥିଲେ। ଏହି ଫୋଟୋ ଗୁଡିକ ମଧ୍ୟରେ ଗୋଟିଏ ଫୋଟୋରେ ଉଭୟ ପତି ପତ୍ନୀ ମୁସଲମାନ ରୀତିନୀତିରେ ଆଲ୍ଲାହଙ୍କୁ ଦୁଆ ମଗୁଥିବାର ଦେଖାଯାଇଛି, ଯାହା କିଛି ଲୋକଙ୍କୁ ପସନ୍ଦ ଆସିନାହିଁ। 

ମୁସଲମାନ ରୀତିନୀତି ରେ କଣ ପାଇଁ ବିବାହ ସମ୍ପନ୍ନ ହେଲା ସେଥିନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଆଞ୍ଜୁମ ଖାଁ କଣ ପାଇଁ ସିନ୍ଦୁର ପିନ୍ଧିନାହାନ୍ତି ବୋଲି ଜଣେ ବ୍ୟକ୍ତି ପାଲଟା ପ୍ରଶ୍ନ କରିଥିଲେ। ସେହିପରି ଶିଭମ ଦୁବେ ଇସଲାମ ଧର୍ମ ଗ୍ରହଣ କରି ନେଲେ କି? ବୋଲି ଅନେକ ଲୋକେ ଆଶଙ୍କା ପ୍ରକଟ କରିଛନ୍ତି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମସ୍ତ ଧର୍ମକୁ ସମ୍ମାନ ଦେଇ ଶିଭମ ଦୁବେ ଆଞ୍ଜୁମଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲମାନ ରୀତିନୀତିରେ ବିବାହ କରିଛନ୍ତି।