Ipl kkr
Ipl kkr
Ipl kkr
Ipl kkr

ଜିତିବା ମ୍ୟାଚ୍ ହାରିବା ପରେ KKR ଦଳ ଉପରେ ରାଗିଲେ ମାଲିକ ଶାହରୁଖ ଖାନ, କହିଲେ ଆମ ଦଳ ଏମିତି..

 
ଜିତିବା ମ୍ୟାଚ୍ ହାରିବା ପରେ KKR ଦଳ ଉପରେ ରାଗିଲେ ମାଲିକ ଶାହରୁଖ ଖାନ, କହିଲେ ଆମ ଦଳ ଏମିତି..

ବିଜୟ ଦ୍ୱାରରେ ପହଁଞ୍ଚି କୋଲକାତା ନାଇଟ୍ ରାଇଡର୍ସ ଦଳ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ 10 ରନ୍ ରେ ଏକ ରୋମାଞ୍ଚକର ମ୍ୟାଚରେ ପରାସ୍ତ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସକୁ 152 ରନରେ ଅଟକାଇବା ପରେ କୋଲକାତା ଦଳ ପ୍ରଥମ ୱିକେଟ୍ ପାଇଁ ନୀତୀଶ ରାଣା (57) ଏବଂ ଶୁବମାନ ଗିଲ (33) ଙ୍କ ମଧ୍ୟରେ 72 ରନ ଭାଗିଦାରୀ ହେତୁ ସହଜ ବିଜୟ ପାଇଁ ଆଗେଇ ଆସିଥିଲେ, କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ବୋଲରମାନେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଆଉ ଶେଷ ଓଭରରେ କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ହରାଇ ଦେଇଥିଲା।

କୋଲକାତା ନାଇଟ୍ ରାଇଡର୍ସର ଏହି ପରାଜୟ ପରେ ଦଳର ମାଲିକ ଶାହରୁଖ ଖାନ ଟ୍ୱିଟରରେ କ୍ରୋଧିତ ହୋଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସର ଏହି ଖରାପ ପ୍ରଦର୍ଶନ ପରେ ଶାହାରୁଖ ଖାନ ଟ୍ୱିଟରରେ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତା ନାଇଟ୍ ରାଇଡର୍ସର ଏହି ପରାଜୟ ପରେ ଶାହରୁଖ ଖାନ ଟ୍ୱିଟରରେ ଲେଖିଛନ୍ତି, 'ନିରାଶାଜନକ ପ୍ରଦର୍ଶନ, ମୁଁ କେବଳ ଏତିକି କହିବି କେକେଆର ପ୍ରଶଂସକ ମତେ କ୍ଷମା କରିବେ।'

ମ୍ୟାଚର ଶେଷ ଓଭରରେ କୋଲକାତା ନାଇଟ୍ ରାଇଡର୍ସ ଜିତିବା ପାଇଁ 15 ରନ୍ ଆବଶ୍ୟକ କରିଥିଲା। ଟ୍ରେଣ୍ଟ ବୋଲ୍ଟ ଏହି ଓଭରରେ ମାତ୍ର 4 ରନ୍ ଦେଇ 2 ୱିକେଟ୍ ନେଇଥିଲେ। ସେ ଆଣ୍ଡ୍ରେ ରସେଲ ଏବଂ ପ୍ୟାଟ୍ କମିନ୍ସଙ୍କୁ ତାଙ୍କର ଶିକାର କରିଥିଲେ।  ଏପରିକି ଦୀନେଶ କାର୍ତ୍ତିକଙ୍କ ପରି ବରିଷ୍ଠ ବ୍ୟାଟ୍ସମ୍ୟାନ ମଧ୍ୟ ଶେଷ ଓଭରରେ ନିଜ ଦଳକୁ ଜିତାଇ ପାରିନଥିଲେ।

କେକେଆର୍ କୁ ଶେଷ ପାଞ୍ଚ ଓଭରରେ ଜିତିବା ପାଇଁ ମାତ୍ର 31 ରନର ଆବଶ୍ୟକତା ଥିଲା ଆଉ ହାତରେ ୬ଟି ୱିକେଟ ଥିଲା। କିନ୍ତୁ ମୁମ୍ବାଇ ବୋଲରମାନେ ବିଜୟ ଛଡ଼ାଇ ନେଇଥିଲେ। ରାହୁଲ ଚହର ଚାରି ଓଭରରେ 27 ରନ୍ ପାଇଁ ଚାରି ୱିକେଟ୍ ନେଇଥିବା ବେଳେ କ୍ରୁନାଲ ଚାରି ଓଭରରେ ମାତ୍ର 13 ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।  ଶେଷ ଓଭରରେ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଚମତ୍କାର ବୋଲିଂ କରି ଦୁଇଟି ୱିକେଟ୍ ନେଇଥିଲେ। ସେ ଚାରି ଓଭରରେ 27 ରନ୍ ଦେଇଥିଲେ।

From around the web