ଟି-୨୦ ବିଶ୍ୱକପ ପାଇଁ ବଦଳିଲା ଭାରତୀୟ ଦଳ, ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସାମିଲ ହେଲେ CSK ର ଏହି ଅଲ-ରାଉଣ୍ଡର

 
axar vs sardul

ଆଉ ମାତ୍ର ଚାରି ଦିନ ପରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ। ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦେଶ ନିଜ ନିଜ ଦଳର ଚୟନ କରି ସାରିଥିବା ବେଳେ ଭାରତ ମଧ୍ୟ ବହୁ ପୂର୍ବରୁ ଏହାର ଦଳ ଚୟନ କରି ସାରିଥିଲା। ତେବେ, ଆଜି ଆଉ ଏକ ବଡ଼ ଘୋଷଣା କରିଛି ବିସିସିଆଇ। ପୂର୍ବରୁ ଚୂଡାନ୍ତ ଟିମରେ ସ୍ଥାନ ପାଇଥିବା ଅକ୍ଷର ପଟେଲଙ୍କ ସ୍ଥାନରେ ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁରଙ୍କୁ ଚୟନ କରାଯାଇଛି।

Shardhul thakur

ପୂର୍ବରୁ ଟିମ ଚୟନ ହୋଇ ସାରିଥିଲେ ହେଁ ଏଥିରେ କିଛି ପରିବର୍ତ୍ତନ ଆଶା କରାଯାଉଥିଲା। ଖାସ୍ କରି ଚଳିତ ଆଇପିଏଲରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବୋଲିଂ କରୁନଥିବା ବେଳେ ସେ ବ୍ୟାଟିଂରେ ମଧ୍ୟ ସେପରି କିଛି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି। ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।


ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିସହିତ ଅକ୍ଷରଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।