ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ KKR ବ୍ୟବହାର କରୁଥଲା କୋଡ଼-ୱାର୍ଡ, ସେଥିପାଇଁ KKR ଉପରେ ବର୍ଷିଲେ ଏହି ଭାରତୀୟ ପୂର୍ବତନ ମହାନ ଖେଳାଳି

 
ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ KKR ବ୍ୟବହାର କରୁଥଲା କୋଡ଼-ୱାର୍ଡ, ସେଥିପାଇଁ KKR ଉପରେ ବର୍ଷିଲେ ଏହି ଭାରତୀୟ ପୂର୍ବତନ ମହାନ ଖେଳାଳି

ମଙ୍ଗଳବାର ଦିନ କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ଏପରି କିଛି ଘଟଣା ଘଟିଥିଲା ​​ଯାହାକୁ ନେଇ ବିବାଦ ସୃଷ୍ଟି ହେଉଥିବା ଜଣାପଡିଛି। ଏହି ମ୍ୟାଚ୍‌ରେ, ଖେଳ ଚାଲୁଥିବା ବେଳେ କେକେଆର ଟିମ୍ ପକ୍ଷରୁ ଏକ କୋଡୱାର୍ଡ ମାଧ୍ୟମରେ କିଛି ସନ୍ଦେହଜନକ ଅଙ୍ଗଭଙ୍ଗୀ କରାଯାଇଥିଲା, ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଏକ ସମ୍ବେଦନଶୀଳ ମାହୋଲ୍ ସୃଷ୍ଟି କରିଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ କୋଲକାତା ନାଇଟ୍ ରାଇଡର୍ସ ର ଆନାଲିଷ୍ଟ ନାଥାନ୍ ଲିମାନ କୋଲକାତା ଡଗ-ଆଉଟ୍ ରୁ ଏକ ପ୍ଲାକାର୍ଡ ଉପରେ '54' ଲେଖିଥିଲେ ଏବଂ ଏହାକୁ ଦେଖାଇ ଖେଳାଳିମାନଙ୍କୁ କିଛି ଇଙ୍ଗିତ କରିବାକୁ ଲାଗିଥିଲେ।


କୋଲକାତା ନାଇଟ୍ ରାଇଡର୍ସର ଏହି କାର୍ଯ୍ୟ କୁ ନେଇ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରେନ୍ଦର ସେହୱାଗ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହୱାଗ କ୍ରିକବଜ୍ କୁ ଏକ ସାକ୍ଷାତକାର ରେ କହିଛନ୍ତି ଯେ, 'ଆମେ କେବଳ ସେନାରେ ଏପରି କୋଡ୍ ଭାଷା ଦେଖିଛୁ। ମୁଁ ଭାବୁଛି "54" ତାଙ୍କ ଯୋଜନା ପାଇଁ ଏକ ନାମ ଥିଲା, ଯାହା ଅଧୀନରେ ସେ ହୁଏତ ଏକ ନିର୍ଦ୍ଦିଷ୍ଟ ବୋଲରଙ୍କ ବୋଲିଂ ଦେବାକୁ ଚାହୁଁଥିବେ। ମୁଁ ବୁିଝିପାରୁଛି ଯେ ଟିମ୍ ପରିଚାଳନା ଏବଂ ପ୍ରଶିକ୍ଷକ ଠାରୁ ଅଧିନାୟକ କିଛି ସାହାଯ୍ୟ ଚାହୁଁଥାଇ ପାରନ୍ତି। କିନ୍ତୁ ଏହା ଦ୍ୱାରା ମୋର୍ଗାନ୍ ଙ୍କ ପରି ବିଶ୍ୱସ୍ଥରୀୟ ଅଧିନାୟକଙ୍କ ଟିମ୍ ରେ ଏବଂ ପଡ଼ିଆ ଭିତରେ ମୂଲ୍ୟ କମି ଯାଇଥାଏ"।