IPL 2021: RCB ପାଇଁ ଖୁସି ଖବର,ରିଚାର୍ଡସନଙ୍କ ଜାଗାରେ ଆସିଲେ ୧୫୦ କିମି ପ୍ରତି ଘଣ୍ଟାରେ ବୋଲିଂ କରିପାରୁଥିବା ଏହି ଧୁରନ୍ଧର ଫାଷ୍ଟ ବୋଲର୍….

 
IPL 2021: RCB ପାଇଁ ଖୁସି ଖବର,ରିଚାର୍ଡସନଙ୍କ ଜାଗାରେ ଆସିଲେ ୧୫୦ କିମି ପ୍ରତି ଘଣ୍ଟାରେ ବୋଲିଂ କରିପାରୁଥିବା ଏହି ଧୁରନ୍ଧର ଫାଷ୍ଟ ବୋଲର୍….

ଦୁଇ ଦିନ ଭିତରେ ନିଜର ଦୁଇ ବିଦେଶୀ ଖେଳାଳିଙ୍କୁ ହରାଇବା ପରେ ଚିନ୍ତାରେ ଆସିଯାଇଥିଲା ଆରସିବି, କାରଣ ଭାରତରେ ବଢୁଥିବା କୋଭିଡ଼ ସଂକ୍ରମଣ ଯୋଗୁ ଆଇପିଏଲ ରୁ ଓହରି ଯାଇଥିଲେ ଆଡ଼ାମ ଝାମ୍ପା ଏବଂ କେନ୍ ରିଚାର୍ଡସନ୍। କିନ୍ତୁ ଏକ ରିପୋର୍ଟ ଅନୁଯାଇ ବର୍ତ୍ତମାନ ଆରସିବି ଜଣେ ନୂଆ ଖେଳାଳିଙ୍କୁ ରିଚାର୍ଡସନଙ୍କ ବଦଳ ଖେଳାଳି ଭାବରେ କିଣିଛନ୍ତି।

ଖବର ଅନୁଯାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନ୍ୟୁଜିଲ୍ୟାଣ୍ଡର ପେସର ସ୍କଟ କୁଗେଲିନ୍ ଙ୍କୁ କେନ୍ ରିଚାର୍ଡସନଙ୍କ ବଦଳ ଖେଳାଳି ଭାବରେ ଦଳରେ ସାମିଲ କରିଛି। ରିଜର୍ଭ ବୋଲର ଭାବରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଥିବାରୁ କୁଗେଲିନ୍ ଜୈବ ସୁରକ୍ଷା ବଳୟ ଭିତରେ ଅଛନ୍ତି ତେଣୁ ତାଙ୍କୁ କୌଣସି କ୍ୱାରେଣ୍ଟିନ ରେ ରହିବାକୁ ହେବ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚେନ୍ନାଇର ସୁପର କିଙ୍ଗ୍ସର ଏହି ପୂର୍ବତନ ଖେଳାଳି ଆଇପିଏଲ୍ ୨୦୨୧ ନିଲାମରେ ବିକ୍ରି ହୋଇନଥିଲେ।

ସୋମବାର ଦିନ, ଆରସିବି ସେଟଅପ୍ ରେ ଥିବା ଉଭୟ ରିଚାର୍ଡସନ ଏବଂ ଆଡାମ ଜାମ୍ପା ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୨୧ର ଅବଶିଷ୍ଟ ଅଂଶରୁ ବାହାରି ଯାଇଥିଲେ।  ଅଷ୍ଟ୍ରେଲିଆ ଦ୍ୱାରା ଲାଗୁ ହୋଇଥିବା ଯାତ୍ରା ନିଷେଧାଦେଶ ଯୋଗୁଁ ଏହି ଅଷ୍ଟ୍ରେଲିୟ ଯୋଡି ବର୍ତ୍ତମାନ ମୁମ୍ବାଇରେ ଅଟକି ରହିଥିବା ଜଣା ପଡ଼ିଛି।