ରୋହିତ ଏବଂ ବିରାଟ କାହାକୁ ମିଳେ ଅଧିକ ଦରମା? ଉଭୟଙ୍କ ମଧ୍ୟରେ ରହିଛି ଏତେ ପାର୍ଥକ୍ୟ

 
Rohit vs virat salary

ଏବେ ଆଉ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ ଦାୟିତ୍ୱରେ ରହିବେ ନାହିଁ ବିରାଟ କୋହଲି। ତାଙ୍କ ସ୍ଥାନରେ ରୋହିତ ଶର୍ମା ଏହି ଦୁଇ ଫର୍ମାଟରେ ଭାରତର ନେତୃତ୍ୱ ଗ୍ରହଣ କରିବେ। ତେବେ, ଉଭୟେ ଭାରତର ନାମିଦାମୀ ଖେଳାଳି ହୋଇଥିବା ବେଳେ ସେମାନେ କେତେ ଦରମା ପାଆନ୍ତି ସେଥିନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥାଏ। ତେବେ, ଆସନ୍ତୁ ଜାଣିବା ଖେଳିବା ପାଇଁ କେତେ ଟଙ୍କା ଦରମା ପାଆନ୍ତି ରୋହିତ ଏବଂ ବିରାଟ।

Virat kohli

ବିରାଟ ଏବଂ ରୋହିତ ଉଭୟେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ଗ୍ରେଡ୍ ଏ+ ରେ ରହିଛନ୍ତି। ତେଣୁ, ଉଭୟଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ। ଏହାବ୍ୟତୀତ ସେମାନେ ଆଇପିଏଲ ଖେଳୁଥିବା ବେଳେ ଉଭୟଙ୍କ ଫ୍ରାଞ୍ଚାଇଜ୍ ସେମାନଙ୍କୁ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରିଥାଏ। ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୬ କୋଟି ଟଙ୍କା ଦେଉଥିବା ବେଳେ ଆରସିବି ଅଧିନାୟକତ୍ୱରୁ ଇସ୍ତଫା ଦେଇଥିବା କୋହଲିଙ୍କୁ ୧୫ କୋଟି ଟଙ୍କାରେ ରିଟେନ୍ କରାଯାଇଛି।

Rohit sharma

ଭାରତର ଅଧିନାୟକ ଥିବା ସମୟରେ ବିରାଟ କୌଣସି ଆଇସିସି ଟ୍ରଫି ହାତେଇ ପାରିନଥିଲେ ହେଁ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଟେଷ୍ଟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ସେହିପରି ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ର ଟ୍ରଫି ଜିତିଥିଲା। କିନ୍ତୁ, ବିରାଟ ଆରସିବିକୁ ଥରେ ହେଲେ ଆଇପିଏଲ ଟ୍ରଫି ଜିତାଇ ପାରିନାହାଁନ୍ତି।