ଦେଖନ୍ତୁ ଭିଡ଼ିଓ: ବିରାଟଙ୍କୁ ଟାର୍ଗେଟ କରି ଏପରି କିଛି କହିଲେ ରୋହିତ ଶର୍ମା, ଭିଡ଼ିଓ ହେଲା ଭାଇରାଲ….

 
kohli and rohit

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଜାରି ରହିଛି। ଏହି ସିରିଜର ପ୍ରଥମ ଟେଷ୍ଟ ଡ୍ର ଭାବରେ ସମାପ୍ତ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଭାରତ ୧୫୧ ରନ୍ ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିବା କେ.ଏଲ ରାହୁଲଙ୍କୁ "ମ୍ୟାନ ଅଫ୍ ଦ ମ୍ୟାଚ" ଘୋଷଣା କରାଯାଇଥିଲା।

ଏଥିସହିତ ମ୍ୟାଚର ପ୍ରଥମ ଇନିଂସରେ ଅନ୍ୟତମ ଓପନର୍ ରୋହିତ ଶର୍ମା ମଧ୍ୟ ୮୩ ରନ୍ ସଂଗ୍ରହ କରିଥିଲେ, ଯାହା ପରେ ସମସ୍ତେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ। ତେବେ, ନିକଟରେ ରୋହିତ ଶର୍ମା ଦେଇଥିବା ସାକ୍ଷାତକାରର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ସାକ୍ଷାତକାରରେ ରୋହିତ ଶର୍ମା ସିଧାସଳଖ କାହାର ନାଁ ନେଇନଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଟାର୍ଗେଟ କରି କିଛି କଥା କହିଥିବା ଅନୁମାନ କରାଯାଉଛି। ପ୍ରକୃତରେ ରୋହିତ ଶର୍ମା କହିଥିଲେ ଯେ, 'ମୁଁ ପ୍ରାୟତ ଶୁଣେ ଲୋକମାନେ କୁହନ୍ତି ଯେ ମୋ ପାଖରେ ବଲ୍ ଖେଳିବାକୁ ବହୁତ ସମୟ ଅଛି। କିନ୍ତୁ, ମୋ ପାଖରେ ସେପରି କିଛି ଅଧିକ ସମୟ ନାହିଁ। ଯେତେବେଳେ ତୁମେ ବୋଲରକୁ ଖେଳୁଛ ତେବେ ତୁମକୁ ତୁରନ୍ତ ପ୍ରସ୍ତୁତ ହେବାକୁ ହିଁ ପଡିଥାଏ। ମୋର ଅତିରିକ୍ତ କିମ୍ବା ଅଧିକ ସମୟ ସେପରି କିଛି ନାହିଁ"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରୋହିତଙ୍କ ପାଖରେ ବଲକୁ ଖେଳିବାକୁ ଅଧିକ ୧.୫ ସେକେଣ୍ଡ ସମୟ ରହିଥାଏ ବୋଲି ବିରାଟ ମନ୍ତବ୍ୟ ଦେଇଥିଲେ। ତେବେ, ରୋହିତ ନାଁ ନେଇନଥିଲେ ସୁଦ୍ଧା ବିରାଟଙ୍କୁ ଟାର୍ଗେଟ କରି ଏପରି କହିଥିବା ଅନୁମାନ କରାଯାଉଛି। ଟେଷ୍ଟ ସିରିଜ଼ କଥା କହିବା ତ ଭାରତ ଏପର୍ଯ୍ୟନ୍ତ ଏହି ପାଞ୍ଚଟିକିଆ ସିରିଜ଼ରେ ୧-୦ ରେ ଆଗୁଆ ରହିଛି। ଦୁଇ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ଲିଡ୍ସ ଗ୍ରାଉଣ୍ଡରେ ୨୫ ଅଗଷ୍ଟରୁ ଖେଳାଯିବ।