ଦେଖନ୍ତୁ ଭିଡ଼ିଓ: ଏହି କାରଣରୁ ପ୍ରେସ କନ୍ଫରେନ୍ସ ସମୟରେ ପତ୍ରକାର ମାନଙ୍କ ସଂଖ୍ୟା ଗଣିଲେ ରୋହିତ ଶର୍ମା, ଆଶ୍ଚର୍ଯ୍ୟ ହେଲେ ସମସ୍ତେ

 
Rohit sharma

ଭାରତର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ପଡ଼ିଆ ଭିତରେ ବୋଲର ମାନଙ୍କ ନିଦ ହଜାଇ ଦେଉଥିବା ବେଳେ ପଡ଼ିଆ ବାହାରେ ତାଙ୍କର ମଜାଳିଆ ଶୈଳୀ ପାଇଁ ଲୋକେ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି। ରୋହିତ ପଡ଼ିଆ ଭିତରେ ଏବଂ ବାହାରେ ଏଭଳି କିଛି ମଜାଳିଆ କାର୍ଯ୍ୟ କରିଥାନ୍ତି ଯାହାକି ତାଙ୍କ ଫ୍ୟାନ ମାନଙ୍କୁ ହସିବାର ଖୋରାକ ଯୋଗାଇ ଦେଇଥାଏ।

Rohit

ଏହିଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରେସ କନ୍ଫରେନ୍ସରେ ଯୋଗ ଦେବା ସମୟରେ ରୋହିତଙ୍କର ବ୍ୟଙ୍ଗାତ୍ମକ ରୂପ ଦେଖିବାକୁ ମିଳୁଛି। ପ୍ରକୃତରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ପରେ ରୋହିତ ପ୍ରେସ କନ୍ଫରେନ୍ସରେ ଯୋଗ ଦେବା ପାଇଁ ଆସିଥିଲେ। ସେ ସେଠାରେ ପହଞ୍ଚି ଏତେ ଜଣ ସାମ୍ବାଦିକମାନଙ୍କୁ ଦେଖି ଚକିତ ହେବା ସହ ସେମାନଙ୍କୁ ଗଣିବାକୁ ଲାଗିଥିଲେ। ଏହାପରେ ରୋହିତ କହିଥିଲେ ଯେ,"ବହୁତ ଦିନ ପରେ ଏପରି ଏକ ପ୍ରେସ କନ୍ଫରେନ୍ସ ହେଉଛି, ନଚେତ୍ ଜୁମ୍ କଲରେ ହିଁ ହେଉଥିଲା ସବୁକିଛି।

ରୋହିତଙ୍କ ଠାରୁ ଏପରି କଥା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତେ ହସିବାକୁ ଲାଗିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇଟି ବିଜୟ ଏବଂ ଦୁଇଟି ପରାଜୟ ସହ ଭାରତ ଗ୍ରୁପ 'ବି'ର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଆଜି ହେବାକୁ ଥିବା ଆଫଗାନିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରିବ।