ଦିଲ୍ଲୀ ଠାରୁ ହାରିବା ପରେ ରୋହିତ ଶର୍ମାଙ୍କୁ ଭୋଗିବାକୁ ପଡିଲା ଦଣ୍ଡ, ମିଳିଲା ଏହି ଦଣ୍ଡ, ଜାଣନ୍ତୁ କାରଣ

 
ଦିଲ୍ଲୀ ଠାରୁ ହାରିବା ପରେ ରୋହିତ ଶର୍ମାଙ୍କୁ ଭୋଗିବାକୁ ପଡିଲା ଦଣ୍ଡ, ମିଳିଲା ଏହି ଦଣ୍ଡ, ଜାଣନ୍ତୁ କାରଣ

ଆଇପିଏଲ୍ ୨୦୨୧ ରେ, ଗତକାଲି ଦିଲ୍ଲୀ କ୍ୟାପିଟାଲସ୍ ଠାରୁ ମୁମ୍ବାଇ ପରାଜୟର ସମ୍ମୁଖୀନ ହୋଇଛି।  ତେବେ ଏହି ପରାଜୟ ପରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦେବାକୁ ପଡିଛି। ସ୍ଲୋ ଓଭର୍ ରେଟ୍ ହେତୁ ରୋହିତ ଶର୍ମାଙ୍କ ଉପରେ ଏହି ଜରିମାନା ଲାଗୁ କରାଯାଇଛି।

ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୪ ରନ ସ୍କୋର କରିଥିଲେ, କିନ୍ତୁ ଦଳର ବାକି ବ୍ୟାଟ୍ସମ୍ୟାନ୍ ଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଏହି ମ୍ୟାଚରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଆଇପିଏଲରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଏପରି ଭୁଲ କରିଥିବାରୁ ତାଙ୍କ ଠାରୁ କମ୍ ଜରିମାନା ଆଦାୟ କରାଯାଇଛି।

ଏହି ମ୍ୟାଚ୍‌ରେ ପ୍ରଥମେ ଦିଲ୍ଲୀ କ୍ୟାପିଟାଲସ୍ ହାତରେ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ସମ୍ମୁଖୀନ ହୋଇଥିଲା,ଦଳର ପରାଜୟକୁ ନେଇ ରୋହିତ ଶର୍ମା ପୂର୍ବରୁ ନିରାଶ ଥିବା ବେଳେ,ଏହା ପରେ ତାଙ୍କ ଉପରେ ହୋଇଥିବା ଏହି ପେନାଲ୍ଟି ତାଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା।

ତେବେ ଆଇପିଏଲ ର ଏହି ସିଜନରେ ରୋହିତ ଶର୍ମାଙ୍କର ଏହା ପ୍ରଥମ ଭୁଲ ହୋଇଥିବାରୁ, ତାଙ୍କୁ ଅଧିକ ଦଣ୍ଡିତ କରା ଯାଇନଥିଲା। ତେବେ ନୂତନ ଆଇପିଏଲ୍ ନିୟମ ଅନୁଯାୟୀ, ଯଦି ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦୂତୀୟ ଥର ଏପରି କରେ ତେବେ ଅଧିନାୟକ ୨୪ ଲକ୍ଷ ଟଙ୍କା ଏବଂ ଟିମ୍ ର ପ୍ରତ୍ୟେକ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡିବ। ସେହିପରି ତୃତୀୟ ଥର ପାଇଁ ଅଧିନାୟକ ୩୦ ଲକ୍ଷ ଟଙ୍କା ଏବଂ ପ୍ରତି ଖେଳାଳିଙ୍କୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ହେବ।