ଅଷ୍ଟ୍ରେଲିଆ ଠାରୁ ୪ର୍ଥ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳିକୁ ଦୋଷ ଦେଲେ ରୋହିତ୍

 
Rohit Sharma

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି। ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚରେ ୧୮୪ ରନରେ ପରାଜୟ ସହିତ ଭାରତୀୟ ଦଳ ସିରିଜରେ ୨-୧ରେ ପଛରେ ପଡିଛି। କେବଳ ଏତିକି ନୁହେଁ, ବକ୍ସିଂ ଡେ ଟେଷ୍ଟରେ ପରାଜୟ ସହ ରୋହିତ ବାହିନୀ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ପହଞ୍ଚିବା ଆଶା ମଧ୍ୟ ଏକ ପ୍ରକାର ମଉଳି ଯାଇଛି।

ପଞ୍ଚମ ଦିନରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ଆଗରେ ଏହି ମ୍ୟାଚ୍ ଜିତିବା ପାଇଁ ୩୪୦ ରନର ଲକ୍ଷ୍ୟ ରହିଥିଲା। ହେଲେ ଯୁବ ଓପନର ଜୈସୱାଲ(୮୪)ଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟର ପ୍ରାୟ ନିରାଶ କରିଥିଲେ। ଋଷଭ ପନ୍ତ ୩୦ ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିବାବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁପାରିନଥିଲେ।

Rohit Sharma

ଫଳରେ ଆଜି ମ୍ୟାଚର ଅନ୍ତିମ ଦିନରେ ଦ୍ୱିତୀୟ ଇନିଂସରେ ୭୯.୧ ଓଭର ଖେଳି କେବଳ ୧୫୫ ରନରେ ସମସ୍ତ ୱିକେଟ ହରାଇଛି ଭାରତ। ଏହା ସହିତ ୧୩ ବର୍ଷ ହେବ ବକ୍ସିଂ ଡେ ଟେଷ୍ଟରେ ଭାରତଠାରୁ ଜିତିନଥିବା ଅଷ୍ଟ୍ରେଲିଆ ଏହି ପରାଜୟ ଧାରାକୁ ଭାଙ୍ଗି ୧୮୪ ରନରେ ଏହି ମ୍ୟାଚ୍ ଜିତିନେଇଛି।

ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାଶ୍ୟଜନକ । 'ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ଚାହୁଁଥିଲୁ କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ଲଢ଼ି ପାରିଲୁ ନାହିଁ । ପୂରା ମ୍ୟାଚ୍ ବିଷୟରେ କହିବାକୁ ଗଲେ ଆମକୁ ସୁଯୋଗ ମିଳିଥିଲା କିନ୍ତୁ ଆମେ ତାହାର ଫାଇଦା ଉଠାଇ ପାରିଲୁ ନାହିଁ ।

ରୋହିତ ଶର୍ମା କହିଛନ୍ତି, ଆମେ ଭଲ ଖେଳିନଥିଲୁ । ମୁଁ ମୋ ରୁମକୁ ଫେରିବା ପରେ, ମୁଁ ଭାବିଲି ଯେ ଏକ ଦଳ ଭାବରେ ଆମେ ଆଉ କ’ଣ କରିପାରିଥାନ୍ତେ । ଆମେ ଓ୍ଵିକେଟ୍ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ ଏବଂ ଗତ ଦୁଇ ସିଜିନ୍ ପାଇଁ ଏକ ପ୍ଲାଟଫର୍ମ ସ୍ଥାପନ କରିଥିଲୁ, କିନ୍ତୁ ସେମାନେ (ଅଷ୍ଟ୍ରେଲୀୟ) ଭଲ ବୋଲିଂ କରିଥିଲେ ।

Rohit Sharma

ଏହାଛଡା ରିଷଭ ପନ୍ତଙ୍କୁ ଦୋଷ ଦେଇଛନ୍ତି ରୋହିତ୍ ସେ କହିଛନ୍ତି- "ପଞ୍ଚମ ତଥା ଦ୍ୱିତୀୟ ଅଧିବେଶନରେ ରିଷଭ ପନ୍ତ ୯୩ଟି ବଲ ଖେଳିବା ପରେ ୨୮ରନ ସ୍କୋର କରିଥିଲେ। ସେ କ୍ରିଜରେ ସେଟ ହୋଇଥିଲେ ଏବଂ ଲାଗୁଥିଲା ଯେପରି ଭାରତ ସହଜରେ ମ୍ୟାଚ ଡ୍ର କରିବ। କିନ୍ତୁ ତୃତୀୟ ଅଧିବେଶନର କେବଳ ପଞ୍ଚମ ଓଭର ପନ୍ତ ନିଜ ଉଇକେଟ ହରାଇଥିଲେ। ପନ୍ତ ଉଇକେଟ ହରାଇବା ପରେ ଭାରତୀୟ ଦଳର ମନୋବଳ ସେଠାରୁ ଭାଙ୍ଗି ଯାଇଥିଲା। ଯଦି ପନ୍ତ ଟିକିଏ ଅଧିକ ଧୈର୍ଯ୍ୟବାନ ହୋଇଥାନ୍ତେ, ତେବେ ଟିମ ଇଣ୍ଡିଆ ମ୍ୟାଚ ଡ୍ର କରିବାରେ ସଫଳ ହୋଇଥାନ୍ତା।"