ଏହି ଆମ୍ପାୟାର ଯଦି WTC ଫାଇନାଲ ରେ ଆମ୍ପାୟାରିଂ କରନ୍ତି ତେବେ ବଡ଼ ଅଡୁଆରେ ପଡିବ ଭାରତ !

 
 Richard Kettleborough

ଆସନ୍ତା ମାସରେ ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତୀୟ ଦଳ। ତେବେ ଏହି ବଡ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରିଛି ଏବଂ ଟେଷ୍ଟ ଚାମ୍ପିଅନସିପ୍ ଜିତିବାର ସ୍ୱପ୍ନ ଦେଖୁଛି। ଏମିତି ତ ଭାରତୀୟ ଦଳ ବେସ୍ ଶକ୍ତିଶାଳୀ ଅଟେ କିନ୍ତୁ ବେଳେ ବେଳେ କେତୋଟି ଜିନିଷ ଦଳ ବିପକ୍ଷରେ ଚାଲିଯାଇଥାଏ ଏବଂ ଦଳକୁ ଭାଗ୍ୟର ସାଥ ମିଳିନଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅମ୍ପାୟାର ଭାବରେ ରିଚାର୍ଡ କେଟେଲବର୍ଗ ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପ୍ରମାଣିତ ହୋଇଆସିଛନ୍ତି। ଏହା ଆଇସିସି ତୁର୍ଣ୍ଣାମେଣ୍ଟ ଗୁଡିକର ନକ୍ଆଉଟ୍ ମ୍ୟାଚ୍ ରେ ବାରମ୍ବାର ଦେଖିବାକୁ ମିଳିଥାଏ। ଗତ କିଛି ବର୍ଷ ମଧ୍ୟରେ ଭାରତ ଖେଳିଥିବା ସମସ୍ତ ଆଇସିସି ନକ୍ଆଉଟ୍ ମ୍ୟାଚ୍ ମଧ୍ୟରୁ ରିଚାର୍ଡ କେଟେଲବର୍ଗ ପ୍ରାୟ ସମସ୍ତ ମ୍ୟାଚରେ ଅମ୍ପାୟାର୍ ହୋଇଛନ୍ତି ଏବଂ ଭାରତ ମଧ୍ୟ ସେହି ମ୍ୟାଚଗୁଡିକୁ ହାରିଛି।

ଯେତେବେଳେ ମଧ୍ୟ କେଟେଲବର୍ଗ ଅମ୍ପାୟାର ହୋଇ ମ୍ୟାଚ ପରିଚାଳନା କରିଛନ୍ତି, ଭାରତକୁ ଅନେକ ବଡ଼ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଥିରେ ଶ୍ରୀଲଙ୍କା ବିପକ୍ଷରେ ୨୦୧୪ ଟି-୨୦ ବିଶ୍ୱକପ ଫାଇନାଲ ପରାଜୟ, ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୫ ବିଶ୍ୱକପ ସେମିଫାଇନାଲ ପରାଜୟ, ୨୦୧୬ ଟି-୨୦ ବିଶ୍ୱକପ ସେମିଫାଇନାଲ ପରାଜୟ ଅନ୍ତର୍ଭୁକ୍ତ ଅଟେ।  

କେବଳ ଏତିକି ନୁହେଁ, କେଟେଲବର୍ଗଙ୍କ ଅମ୍ପାୟରିଂରେ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଏବଂ ପରେ ୨୦୧୯ ବିଶ୍ୱକପ ସେମିଫାଇନାଲ ମଧ୍ୟ ହାରିଯାଇଥିଲା। ଏଭଳି ପରିସ୍ଥିତିରେ କେଟେଲବର୍ଗ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଆମ୍ପାୟାରିଂ କରିବା କୌଣସି ଭାରତୀୟ ପ୍ରଶଂସକ ଚାହିଁବେନି ନିଶ୍ଚିତ।