ରୋହିତଙ୍କୁ ଉପଅଧିନାୟକ ପଦରୁ ବିଦା କରିବାକୁ ଚାହୁଁଥିଲେ କୋହଲି, BCCI କୁ ପ୍ରସ୍ତାବ ଦେଲେ କିନ୍ତୁ ପଡିଗଲା ଓଲଟା 

 
Virat vs rohit

ଚଳିତବର୍ଷ ୟୁଏଇ ଏବଂ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ପରେ ଅଧିନାୟକ ପଦରୁ ଓହରି ଯିବା ପାଇଁ ବିରାଟ କୋହଲି ନିଷ୍ପତି ନେଇଛନ୍ତି। ତାଙ୍କ ଇସ୍ତଫା ପରେ ପରେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାଇ ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ଉପଅଧିନାୟକ ପଦରୁ ହଟାଇବାକୁ ପ୍ରୟାସ କରିଥିଲେ ବିରାଟ କୋହଲି।

Virat vs rohit

ଏହି ରିପୋର୍ଟ ଅନୁଯାଇ କିଛି ମାସ ପୂର୍ବରୁ ରୋହିତ ଶର୍ମାଙ୍କୁ ଉପଅଧିନାୟକ ପଦରୁ ହଟାଇଦେବା ପାଇଁ ଚୟନକର୍ତ୍ତାଙ୍କୁ ପ୍ରସ୍ତାବ ଦେଇଥିବା କୁହାଯାଉଛି। ରୋହିତ ଶର୍ମାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯାଉ ବୋଲି ବିରାଟ ଚୟନକର୍ତ୍ତାମାନଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ। ତାଙ୍କ ସ୍ଥାନରେ ଦିନିକିଆରେ ଉପ ଅଧିନାୟକ ପଦରେ ରାହୁଲ ଓ ଟି-୨୦ରେ ପନ୍ତଙ୍କୁ ଦାୟିତ୍ୱ ଦିଆଯିବା ଉଚିତ୍ ବୋଲି କୋହଲି ମତ ଦେଇଥିଲେ।

କିନ୍ତୁ, କୋହଲିଙ୍କର ଏହି ପ୍ରସ୍ତାବ ଚୟନକର୍ତ୍ତା ମାନଙ୍କୁ ପସନ୍ଦ ଆସିନଥିଲା। ବିଗତ କିଛି ବର୍ଷ ହେବ କୋହଲିଙ୍କ ନେତୃତ୍ୱରେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଭଲ ପ୍ରଦର୍ଶନ କରି ପାରୁନଥିବାରୁ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହା ମଧ୍ୟ କୁହାଯାଉଛି ଯେ, ଭାରତୀୟ ଦଳର ସମସ୍ତ ଖେଳାଳି ବିରାଟଙ୍କୁ ସମର୍ଥନ କରନ୍ତି ନାହିଁ। ବିରାଟଙ୍କ ନିକଟରେ ଖେଳାଳିଙ୍କ ସହ ଉତ୍ତମ ଯୋଗାଯୋଗର ସମସ୍ୟା ରହିଛି ଅନ୍ୟପକ୍ଷରେ ଯୁବ ଖେଳାଳିମାନେ ରୋହିତଙ୍କ ସହିତ ନିଜକୁ ସହଜ ଅନୁଭବ କରିଥାନ୍ତି ବୋଲି କୁହାଯାଉଛି।

Rorat

ଏବେ ବିରାଟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ସମ୍ଭାଳିବେ ବୋଲି ବିଶ୍ୱାସ କରାଯାଉଛି। ଏଥିସହିତ କେ.ଏଲ ରାହୁଲ କିମ୍ବା ଋଷଭ ପନ୍ତ ଦଳର ଉପଅଧିନାୟକ ଭାବରେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇପିଏଲ ରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ବେସ ଭଲ ସଫଳତା ଅର୍ଜନ କରିଛନ୍ତି।