ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, କହିଲେ ନିଶା ଖାଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମତେ...

 
Hardik pandya

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପୂର୍ବତନ କ୍ରିକେଟର ମୁନଫ ପଟେଲ ଏବଂ ଆଇପିଏଲ ଅଧକ୍ଷ ରାଜୀବ ଶୁକ୍ଳାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସହଯୋଗୀ କୁହାଯାଉଥିବା ରିୟାଜ ଭଟ୍ଟୀଙ୍କ ପତ୍ନୀ ରେହନୁମା ଭଟ୍ଟୀ ଏହି ତିନି ଜଣଙ୍କ ବିରୁଦ୍ଧରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ ବରଂ ନିଜ ସ୍ୱାମୀ ରିୟାଜ ଭଟ୍ଟୀ ନାଁରେ ଯୌନ ନିର୍ଯାତନା, ଦୁଷ୍କର୍ମ ଓ ସେକ୍ସ ରାକେଟ ଚଳାଉଥିବା ନେଇ ମୁମ୍ବାଇ ପୋଲିସ ଆଗରେ ରେହନୁମା ଅଭିଯୋଗ କରିଛନ୍ତି।

Hardik

ରେହନୁମାଙ୍କ କହିବା ଅନୁଯାଇ ସେ ମାତ୍ର ୧୫ ବର୍ଷର ହୋଇଥିବା ବେଳେ ରିୟାଜ ତାଙ୍କୁ ଜୋର ଜବରଦସ୍ତି ବିବାହ କରିଥିଲେ। ଏହା ପରେ ପରେ ରିୟାଜ ବାରମ୍ବାର ତାଙ୍କ ସହ ଯୌନ ସମ୍ପର୍କ ରଖିବା ସହ ପରେ ବ୍ୟବସାୟିକ ଲାଭ ପାଇଁ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ରେହନୁମା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗତ ସେପ୍ଟେମ୍ବର ମାସରେ ସେ ପୋଲିସ ପାଖରେ ଅଭିଯୋଗ କରିଥିଲେ ହେଁ ପୋଲିସ ସେପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। 

Riyaj bhati

ରେହନୁମା ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ କଣ୍ଟିନେଣ୍ଟାଲ୍ ହୋଟେଲ୍‌ରେ ହାର୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍ ଏବଂ ରାଜୀବ ଶୁକ୍ଳାଙ୍କ ସମେତ ୧୫-୨୦ ଜଣ ବିଭିନ୍ନ ସମୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ୨୦୧୬ ମସିହାରୁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହିବାକୁ ଚେଷ୍ଟା କରିଥିଲେ ହେଁ ୨୦୧୯ରେ ସେ ତାଙ୍କୁ ଅପହରଣ କରିନେଇଥିଲେ। ଅନ୍ୟପକ୍ଷରେ ରେହନୁମାଙ୍କ ଏହି ଅଭିଯୋଗ ଭାଇରାଲ ହେବାପରେ କଂଗ୍ରେସ ନେତା ରାଜୀବ ଶୁକ୍ଳାଙ୍କ ଗିରଫକୁ ନେଇ ଦାବି ଜୋର ଧରିଛି।