କୋହଲିଙ୍କ ଏହି ଗୋଟିଏ ଭୁଲ ନିଷ୍ପତ୍ତି ପାଇଁ ଭାରତ ଭୋଗିଲା ଲଜ୍ଜାଜନକ ପରାଜୟ, ଏହା ହିଁ ହେଉଛି ହାରିବାର ମୁଖ୍ୟ କାରଣ…

 
Kohli

ହେଡିଂଲିର ଲିଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମାତ୍ର ଚାରି ଦିନରେ ଶେଷ ହୋଇଯାଇଛି। ଅଧିନାୟକ ଜୋ ରୁଟଙ୍କ ଶତକ ଏବଂ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏକ ଇନିଂସ ଏବଂ ୭୬ ରନରେ ଭାରତକୁ ପରାସ୍ତ କରିଛି। ତେବେ, ଦ୍ୱିତୀୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଏପରି ଲଜ୍ଜାଜନକ ପରାଜୟକୁ ନେଇ ଆଲୋଚନା ଜୋର ଧରିଛି।

England win

ଲିଡ୍ସର ଧ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ପିଚ ଉପରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତିକୁ ଅନେକେ ସମାଲୋଚନା କରିଛନ୍ତି। ଏଠାରେ କହି ରଖୁଛୁ ଯେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୭୮ ରନ୍ ସ୍କୋର କରିଥଲା ଯାହାର ଜବାବରେ ଇଂଲଣ୍ଡ ୪୩୨ ରନ କରି ୩୫୪ ରନର ବିଶାଳ ଅଗ୍ରଣୀ ହାସଲ କରି ନେଇଥିଲା। ଏହି ପ୍ରଥମ ଇନିଂସରୁ ହିଁ ଭାରତ ଅଧା ମ୍ୟାଚ ହାରି ଯାଇଥିଲା। ତେଣୁ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବାରୁ ଏଥିପାଇଁ ଅଧିନାୟକ ଏବଂ ଟିମ୍ ମ୍ୟାନେଜମେଣ୍ଟକୁ ସମାଲୋଚନା କରାଯାଉଛି।

Kohli bad form

ଅନ୍ୟ ଏକ କାରଣ ହେଉଛି ଭାରତ ବିପକ୍ଷରେ ଜୋ ରୁଟଙ୍କ ଫର୍ମ। ଚଳିତ ସିରିଜରେ ଜୋ ରୁଟ୍ ଏପର୍ଯ୍ୟନ୍ତ ତିନୋଟି ଶତକ ଅର୍ଜନ କରି ସାରିଲେଣି। ଇଂଲଣ୍ଡ ଅଧିନାୟକଙ୍କୁ ଭାରତୀୟ ବୋଲରମାନେ ଶୀଘ୍ର ଆଉଟ କରି ନ ପାରିବା ଏକ ବଡ଼ ଚିନ୍ତାର ବିଷୟ ପଲଟିଯାଇଛି। ଗୋଟିଏ ପଟେ ଇଂଲଣ୍ଡର ଅଧିନାୟକ ଗୋଟିଏ ପରେ ଗୋଟିଏ ଶତକ ଅର୍ଜନ କରି ଚାଲିଥିବା ବେଳେ ବିରାଟଙ୍କ ଫର୍ମ ମଧ୍ୟ ଆଉ ଏକ ଚିନ୍ତାର ବିଷୟ। ତେବେ, ଚଳିତ ସିରିଜ ଜିତିବାକୁ ହେଲେ ଭାରତକୁ ଉନ୍ନତ ରଣନୀତି ସହ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡିବ ନିଶ୍ଚିତ।