RCB vs RR: ବାଙ୍ଗାଲୋର ଠାରୁ ଲଜ୍ଜାଜନକ ପରାଜୟ ପରେ ସଞ୍ଜୁ ସାମସନ୍ ଦେଲେ ବୟାନ, କହିଲେ ବିଶ୍ୱାସ ହଉନି ମୋତେ ଯେ...

 
RCB vs RR: ବାଙ୍ଗାଲୋର ଠାରୁ ଲଜ୍ଜାଜନକ ପରାଜୟ ପରେ ସଞ୍ଜୁ ସାମସନ୍ ଦେଲେ ବୟାନ, କହିଲେ ବିଶ୍ୱାସ ହଉନି ମୋତେ ଯେ...

ଗୁରୁବାର ଖେଳା ଯାଇଥିବା ଅଇପିଏଲ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ଶୋଚନୀୟ ପରାଜୟ ବରଣ କରିଛି। ମ୍ୟାଚ୍ ଆରମ୍ଭ ରୁ ଆରସିବି ରାଜସ୍ଥାନ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ଏବଂ ପରେ ଆରସିବି ୧୦ ୱିକେଟ୍ ରେ ମ୍ୟାଚ୍ ଜିତି ନେଇଥିଲା। ଅବଶ୍ୟ, ମ୍ୟାଚ୍ ପରେ ଅଧିନାୟକ ସାମସନ୍ ହାରିବାର କାରଣ କହିବା ସହ ପୁରା ଟିମ୍ କୁ ଏକଜୁଟ କରିବା ପାଇଁ ପ୍ରୟାସ କରୁଥିବାର ଦେଖା ଯାଇଥିଲା। 

ଏହି ମ୍ୟାଚରେ ପାୱାରପ୍ଲେ ରେ ଏକଦା ମାତ୍ର ୧୮ ରନ୍ ରେ ୩ ୱିକେଟ୍ ହରାଇଥିବାରୁ ରାଜସ୍ଥାନର ଏକ ଖରାପ ଆରମ୍ଭ କରିଥିଲା। କିନ୍ତୁ ତା’ପରେ ରାଜସ୍ଥାନ ଆରସିବି ଆଗରେ ୧୭୮ ରନ୍‌ର ଏକ ଆହ୍ୱାନପୂର୍ଣ୍ଣ ଲକ୍ଷ୍ୟ ସ୍ଥିର କରିଥିଲା, ଯାହା ଆରସିବି ୧୦ ୱିକେଟ୍ ରେ ଜିତି ନେଇଥିଲା। ବିରାଟ ସେନା ହାତରେ ପରାଜୟ ବରଣ କରିବା ପରେ ସଞ୍ଜୁ ସାମସନ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି ଯେ,

ବିଶ୍ୱାସ ହଉନି ଆମର ବୋଲିଂ ଅତ୍ୟନ୍ତ ଖରାପ ଏବଂ ସେମାନେ ବହୁତ ଭଲ ବ୍ୟାଟିଂ କରିଥିଲେ। ପ୍ରାରମ୍ଭିକ ୱିକେଟ ପଡିବା ପରେ ମଧ୍ୟ ଆମେ ଭଲ ସ୍କୋର କରିଥିଲୁ। କିନ୍ତୁ, ବର୍ତ୍ତମାନ ଆମକୁ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ ଏବଂ ଆମେ ଦୃଢ଼ ଭାବରେ ଫେରିବୁ ବୋଲି ଆଶା ରଖିଛୁ। ବର୍ତ୍ତମାନ ଭୁଲ୍ କେଉଁଠାରେ ଘଟୁଛି ତାହା ଇପରେ ଆମକୁ କାର୍ଯ୍ୟ କରିବାକୁ ପଡିବ"। ଏଥିସହିତ ସେ ଆଗାମୀ ମ୍ୟାଚ ଗୁଡିକରେ ରାଜସ୍ଥାନ ଭଲ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।